୰ ରସାନନ୍ଦ ସୁବୁଦ୍ଧି, ପାଟରଙ୍ଗା ତଥା କୋରାଇ ଅଂଚଳର ଏକ ଅମ୍ଳାନ ପ୍ରତିଭା

କୋରାଇ, ୧୬/୦୧(ଉ.ନ୍ୟୁଜ୍ ବ୍ୟୁରୋ): ଆଜିର ସଭ୍ୟ ଶିକ୍ଷିତ ସମାଜରେ ମଣିଷ ଉପରକୁ ଚାକଚକ୍ୟ ଓ ଚଳଚଂଚଳ ଦେଖା ଯାଉଥିଲେ ମଧ୍ୟ ବାସ୍ତବରେ ସଚେତନତା କ୍ଷେତ୍ରରେ ଦିନକୁ ଦିନ ଅଧିକାଂଶ ପଙ୍ଗୁ ପାଲଟି ଯାଉଥିବାର ଦେଖାଯାଉଛି । ସଚେତନ ନାଗରିକ ହେଉଛନ୍ତି ଦେଶର ଅମୁଲ୍ୟ ସମ୍ପଦ । ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ର ମଧ୍ୟରେ ରହି ନିଜ ରାଷ୍ଟ୍ର ଏବଂ ବିଶ୍ୱର ମଙ୍ଗଳ ପାଇଁ ଉଦ୍ୟମ ଜାରି ରଖିବା ଜରୁରୀ ଅଟେ । ନିଜ ରାଷ୍ଟ୍ର ପ୍ରତି ଥିବା ଆମର କର୍ତବ୍ୟ ଓ ଅଧିକାର ସମ୍ବନ୍ଧରେ ପ୍ରତ୍ୟେକ ନାଗରିକ ସଚେତନ ହେବା ଉଚିତ୍ । ଦେଶ ଓ ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରସିଦ୍ଧ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ଆମ୍ଭେମାନେ ଭୁଲିଯିବା ଉଚିତ ନୁହେଁ । ବିଭିନ୍ନ ବର୍ଗର ଓ ଶିକ୍ଷିତ ବହୁ ଉଚ୍ଚପଦସ୍ଥ ଲୋକଙ୍କୁ ଭଣ୍ଡବାବାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବାର ଦେଖାଯାଏ । ଲୁଇସ୍‌ପାଶ୍ଚର, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯାହାଙ୍କର ଅବଦାନ ଭଗବାନଙ୍କ ଠାରୁ କିଛି କମ୍ ନୁହେଁ । ଆଜିକାଲିର ବହୁ ଶିକ୍ଷିତ ଯୁବବର୍ଗଙ୍କୁ ତାଙ୍କ ସମ୍ବନ୍ଧରେ ପଚାରିଲେ କେତେକ ପଦଟିଏ ବି କହି ପାରିବେ ନାହିଁ । ଓଡ଼ିଶା ଭଳି ଗରିବ ରାଜ୍ୟରେ ବିବାହ, ବ୍ରତ ସମୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବାଣଫୁଟା ଯାଇ ବାୟୁମଣ୍ଡଳକୁ ବିଷାକ୍ତ କରାଯାଏ । ବାଜା ବଜାଯାଇ ଶଦ୍ଦ ପ୍ରଦ୍ୟୁଷଣ କରାଯାଏ । ସେହି ବ୍ୟକ୍ତିଙ୍କୁ କୌଣସି ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ସଂସ୍ଥା ଗଛଟିଏ ଯଥାରିତିରେ ଲଗେଇ ବଂଚାଇବା ପାଇଁ କିଛି ସହଯୋଗ ମାଗନ୍ତି; ସମ୍ପୃକ୍ତ ବ୍ୟକ୍ତି ତାହା ଦେବା ପାଇଁ ରୋକ୍‌ଠୋକ୍ ମନା କରି ଦେଇଥାଆନ୍ତି । ଏହିମାନେ ହିଁ ସଚେତନତା କ୍ଷେତ୍ରରେ ଅସଲ ପଙ୍ଗୁ । ଶିକ୍ଷିତ, ଉଚ୍ଚ ପଦସ୍ଥ ନ ହେଲେ ବି ଗାଁ ଗହଳିରେ ବହୁ ପ୍ରତିଭାଧାରୀ ବ୍ୟକ୍ତି ଅଛନ୍ତି । ଯେଉଁମାନଙ୍କର ଅସାଧାରଣ ପ୍ରତିଭା ବଣ ମଲ୍ଲି ପରି ନିଜର ବାସନା ପ୍ରଦାନ କରି ଶେଷରେ ବଣରେ ଝଡ଼ିପଡ଼େ । ସେମାନଙ୍କର ଜୀବନ ଦର୍ଶନକୁ ବିଶ୍ଳେଷଣ, ଆଲୋଚନା, ପର୍ଯ୍ୟାଲୋଚନା, ଗବେଷଣା କଲେ, ଜୀବନାଦର୍ଶକୁ ଅନୁସରଣ କଲେ ସମାଜର ବହୁବିଧ କଲ୍ୟାଣ ସାଧନ ହୋଇ ପାରିବ । ଏଭଳି ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ, ପାଟରଙ୍ଗା ଗ୍ରାମର ରସାନନ୍ଦ ସୁବୁଦ୍ଧି ଅନ୍ୟତମ । ବାଲ୍ୟାବସ୍ଥାରୁ ପରୋପକାରୁ ଆପଣେଇ ନେଇ ଏହି ବ୍ଲକର ଗୈାରପୁରର ୰ କୃଷ୍ଣଚନ୍ଦ୍ର ପଲାଇଙ୍କ ଜ୍ୟେଷ୍ଠ କନ୍ୟା ସାବିତ୍ରୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଚଳିତ ଜାନୁଆରୀ ୧୦ ତାରିଖରେ ସେ ୭୬ ବର୍ଷ ବୟସରେ ପାଟରଙ୍ଗାସ୍ଥିତ ବାସଭବନରେ ଦେହତ୍ୟାଗ କରିଥିଲେ । ତାଙ୍କର ପ୍ରତି କଥା ପଦରେ ଯାଦୁଥିଲା । ବିନୟ ମଧୁର ବଚନ ଥିଲା ତାଙ୍କ ଜୀବନର ଭୂଷଣ । ପରିବାରକୁ ଏକତା ସୂତ୍ରରେ ବାନ୍ଧି ରଖିବା ଓ ଭାଇ ବନ୍ଧୁ, ପଡ଼ୋଶି, ଗ୍ରାମବାସୀଙ୍କ ସହିତ ଉତମ ସମ୍ପର୍କ ସ୍ଥାପନ କରିବାରେ େ ସସଦାସର୍ବଦା ଲାଗିପଡ଼ିଥିଲେ । ଗ୍ରାମରେ ଭାଇଚାରା ବୃଦ୍ଧି ଓ ବୃକ୍ଷରୋପଣ କାର୍ଯ୍ୟରେ ଯଥାସାଧ୍ୟ ଚେଷ୍ଟା କରି ବହୁମାତ୍ରାରେ ସଫଳ ହୋଇଥିଲେ । ନାରୀ ନିର୍ଯ୍ୟାତନା ଏବଂ ନିଶାଦ୍ରବ୍ୟକୁ ସେ ସବୁବେଳେ ଘୃଣା କରୁଥିଲେ । ପରିବାର ମଧ୍ୟରେ ସ୍ୱାମୀ, ସ୍ତ୍ରୀ ମଧ୍ୟରେ କିପରି ଉତମ ସମ୍ପର୍କ ରଖିବା ଜରୁରୀ, ସେ ବାବଦରେ ଚେଷ୍ଟା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ‘ଉଦୟବଟ’ର ସଂପାଦକ ତଥା ଜାତୀୟ ସ୍ତରର ଇଂରାଜୀ ଖବର କାଗଜର ଜର୍ଣ୍ଣାଲିଷ୍ଟ ହିସାବରେ ନୁହେଁ, ବରଂ ବୃକ୍ଷରୋପଣ ଓ ଅସହାୟଙ୍କୁ ସହାୟତାର ହାତ ବଢ଼େଇବା ପାଇଁ ସେ ଯାଜପୁରରୋଡର ଦୁଷ୍ମନ୍ତ କୁମାର ରାଉତଙ୍କୁ ହିଁ ବହୁ ପସନ୍ଦ କରୁଥିଲେ । ୰ ରସାନନ୍ଦ ବାବୁ ଥିଲେ ଜଣେ ଅନୁଷ୍ଠାନ ପ୍ରେମୀ ବ୍ୟକ୍ତି । ନିଜ ଗ୍ରାମର ଲକ୍ଷ୍ମୀଧର ବେହେରା, ଗିରିଧାରି ସୁବୁଦ୍ଧି, ବାଂଚାନିଧି ଆଦିଙ୍କ ଭଳି ମୁରବିତୁଲ୍ୟ ବ୍ୟକ୍ତିଙ୍କ ସହାୟତାରେ ୰ ସୁବୁଦ୍ଧି ବହୁ ଅନୁଷ୍ଠାନ ଗଢ଼ିବାରେ ସକ୍ଷମ ହୋଇ ପାରିଥିଲେ । ଉଜୁଡ଼ି ଯାଉଥିବା ବହୁ ପରିବାରକୁ ଯଥାସାଧ୍ୟ ଆର୍ଥିକ ସାହାଯ୍ୟ ଓ ବିଚକ୍ଷଣ ବୁଦ୍ଧି ବଳରେ ସଜାଡ଼ିବାକୁ ସକ୍ଷମ ହେଉଥିଲେ । ଅନ୍ଧବିଶ୍ୱାସ ଓ କୁସଂସ୍କାର ଠାରୁ ଦୁରେଇ ରହି ଶିକ୍ଷାର ପ୍ରଜ୍ଜ୍ୱଳିତ ବହ୍ନିରେ ଅଜ୍ଞାନ ଅନ୍ଧକାର ଦୁରେଇ ପାରିବ ବୋଲି ପରାମର୍ଶ ଦେଉଥିଲେ । ତାଙ୍କର ବିୟୋଗ ବହୁ ବ୍ୟକ୍ତିଙ୍କୁ ବ୍ୟଥିତ କରିଛି । ‘ଉଦୟବଟ’ ତରଫରୁ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି । ସଂପାଦକ ଶ୍ରୀ ରାଉତ, କୋରେଇ ପ୍ରତିନିଧି ତଥା ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ମନୋଜ ସାମଲ, ବିଶିଷ୍ଟ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ନାରୀ ନେତ୍ରୀ ତଥା ସୁସଂଗଠିକା ବିଦ୍ୟୁତ୍‌ପ୍ରଭା ରାୟ, ଗୈାରୀଶଙ୍କର ପତି, ପ୍ରଫୁଲ୍ଲ ବାରିକ, ସୁମନ ରାୟ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close