ଆର ଏସ ଏସ ତରଫରୁ ମକର ସଂକ୍ରାନ୍ତି ଉତ୍ସବ ପାଳନ

ବ୍ୟାସନଗର,୧୪.୦୧.୨୨: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବ୍ୟାସନଗର ତରଫରୁ ମକର ସଂକ୍ରାନ୍ତି ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୁଣ୍ଡମାଳଠାରେ କୋଭିଡ ନିୟମ ଅନୁଯାୟୀ ପାଳନ ହୋଇ ଯାଇଛି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ଏହି ଦିବସ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ। ଏହା ଅନ୍ଧକାରରୁ ପ୍ରକାଶ, ଅଜ୍ଞାନରୁ ଜ୍ଞାନ, ଶୀତରୁ ଉଷ୍ଣତା, ଶିଥିଳତାରୁ ସ୍ଫୃର୍ତ୍ତି, ଆଳସ୍ୟରୁ ଚେତନତା, ହୀନତାରୁ ଶ୍ରେଷ୍ଠତା, ଅବଗୁଣରୁ ଗୁଣତା, ଅକର୍ମଣ୍ୟତାରୁ କର୍ମଠତା ଏବଂ ବିପନ୍ନତାରୁ ସମ୍ପନ୍ନତାକୁ ବଢ଼ିବାର ବାର୍ତ୍ତା ଦେଇଥାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା ଦିଲ୍ଲିପ କୁମାର ଜେନା ମତ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୀରକିଶୋର ସାହୁ ଅତିଥି ପରିଚୟ କରିବା ପରେ ଶୁଭକାନ୍ତ ବେହେରା ଅମୃତବଚନ ପାଠ ଓ ପ୍ରଦୀପ୍ତ କୁମାର ନାଥ ବ୍ୟକ୍ତିଗତ ସଂଗୀତ ଗାନ କରିଥିଲେ। କ୍ରୀଡା ଭାରତୀ ପ୍ରାନ୍ତ କାର୍ଯ୍ୟକର୍ତ୍ତା ଜ୍ଞାନ ରଞ୍ଜନ ରାଉତ, ଦୀପଙ୍କର ପରିଡ଼ା, ଅମିତ ମହାନ୍ତି, ତପନ କୁମାର ସାହୁ, ଆଶିଷ କୁମାର ମଲ୍ଲ, ପ୍ରମୋଦ ରାଉତ, ହେମନ୍ତ କୁମାର ସାହୁ, ଭାଗିରଥି ସାମଲ, ସୁବ୍ରତ କୁମାର ସାମଲ,ସରୋଜ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ରୀଡା ଭାରତୀ ଜିଲ୍ଲା ସଭାପତି ଇଞ୍ଜିନିୟର ବିଶ୍ବଜିତ ମହାନ୍ତି, ବରିଷ୍ଠ ଆଡଭୋକେଟ୍ ଚନ୍ଦ୍ର ଶେଖର ପଣ୍ଡା, ଜନସଂଖ୍ୟା ଫାଉଣ୍ଡେସନ ଜିଲ୍ଲା ସଭାପତି ନିତ୍ୟାନନ୍ଦ ମହାଳିକ, ସମାଜସେବୀ ଦାମୋଦର ପରିଡ଼ା, ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅଭିମନ୍ୟୁ ଦାଶ, ପ୍ରଫୁଲ୍ଲ କୁମାର ନାୟକ, ସରୋଜ କୁମାର ଦେ, ମନୋଜ କୁମାର ଦାସ, ସତ୍ୟଜିତ ଶତପଥୀ, ଅଶୋକ କୁମାର ପତି, ଶ୍ୟାମସୁନ୍ଦର କର୍ଣ୍ଣାଲୀ, ସତ୍ୟଶୋଭନ ପ୍ରଧାନ ଓ ମହେଶ୍ୱର ପ୍ରଧାନଙ୍କ ସମେତ ବହୁ ସ୍ବୟଂସେବକ ଯୋଗ ଦେଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close