ମାଉଣ୍ଟ ଲିଟେରା ଜି ସ୍କୁଲରେ ୧୫ବର୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଟୀକାକରଣ


ଯାଜପୁର ; ୧୧/୦୧ (ନି ପ୍ର ) : ଜାନୁୟାରୀ ୩ରୁ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ଏହା ଦୁଇ କୋଟି ଅତିକ୍ରମ କରିସାରିଥିବା ସୂଚନା ମିଳିଛି। ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ କେବଳ କୋଭାକ୍ସିନ୍ ଟୀକାକୁ ଅନୁମୋଦନ ମିଳିଥିବା ବେଳେ ଦୁଇ ଡୋଜ୍ ଟୀକା ମଧ୍ୟରେ ବ୍ୟବଧାନ ୧ମ ଡୋଜ୍ ଟୀକା ନେବାର ୪ ରୁ ୬ ସପ୍ତାହ ମଧ୍ୟରେ ୨ ୟ ଡୋଜ୍ ନିଆଯାଇ ପାରିବ ବୋଲି ସୂଚନା ରହିଛି। ଏହା ମଧ୍ୟରେ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲରେ ୧୫ବର୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କର ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମରେ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ପିଲାଙ୍କୁ ଟୀକାକରଣ କରିଥିଲେ। ସୋମବାର ସକାଳ 9 ଘଟିକା ଠାରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଏହି ଟୀକାକରଣ କରାଯାଇଥିଲା। ୬୦ ଜଣ ଛାତ୍ରଛାତ୍ରୀ କୋଭାକ୍ସିନ ର ପ୍ରଥମ ଡୋଜ ଟୀକା ନେଇଥିଲେ। କୋଭିଡ ନିୟମାନୁଯାଇ ସମସ୍ତ ପିଲାଙ୍କୁ ଶାନ୍ତିଶୃଙ୍ଖଳା ଭାବରେ ଟୀକା ଦିଆଯାଇଥିଲା। ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଏବଂ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରାଣାଙ୍କ ତତ୍ୱାବଧାନରେ ଟୀକାକରଣ କାର୍ଯ୍ୟକ୍ରମ କରାଯାଇଥିଲା। ବିଦ୍ୟାଳୟର ଏକାଡେମୀକ ପ୍ରମୁଖ ବଲବୀର ସିଂ ଓ ସୋନିଆ ବେଦୀ ମୁଖ୍ୟ ଆୟୋଜକ ଭାବେ କାର୍ଯ୍ୟ ତୁଲାଇଥିଲେ।

ବିଦ୍ୟାଳୟର ଶିକ୍ଷକ ସତ୍ୟନାରାୟଣ ପଣ୍ଡା, ବିଶ୍ୱରଞ୍ଜନ ଦିବେଦୀ, ଅମୀୟ କୁମାର,ପ୍ରଭାତ ମହାରଣା, ପ୍ରଦ୍ୟୁମ୍ନ ପାଢ଼ୀ, ତୁଷାରକାନ୍ତ ଶତପଥି, ଆର୍ଯ୍ୟନ କୁମାର ରାଉତ,ଦୀପକ ରଞ୍ଜନ ପାଣିଗ୍ରାହୀ ,ସୁକାନ୍ତ କୁମାର ଏବଂ ଶିକ୍ଷୟିତ୍ରୀ ଶୀତଲ ବିରାଗଡେ,ଜ୍ୟୋତି ଝା,ପ୍ରମିଳା ବେହୁରା, ଅନନ୍ଦିତା ବେହୁରା,ତେଜସ୍ୱିନୀ,ଧରିତ୍ରୀ ମିଶ୍ର, ପ୍ରିୟଙ୍କା ବେହେରା, ବିଦ୍ୟାବତୀ,ସୁଜାତା ପରିଡା,ତୃପ୍ତି ରାୟ,ଶାନ୍ତିଲତା ପାଲଟାସିଂ ,ପ୍ରମୁଖ ଉପସ୍ଥିତ ରହି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close