ଚାହୁଁ ଚାହୁଁ କୋଡିଏ ଫୁଟ ତଳକୁ ଖସିପଡିଲା ଚାରିଚକିଆ ଯାନ

ମୟୁରଭଞ୍ଜ;୦୯/୦୧ ( ଲକ୍ଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରୁ କରଞ୍ଜିଆ ଯିବା ରାସ୍ଥାରେ ଅସନବଣି ଗ୍ରାମରୁ ଦୁଇ କିମି ଆଗରେ ଏକ ଚାରିଚକିଆ ଯାନ ଗତ କାଲି ରାତି ପ୍ରାୟ ଦୁଇଟା ସମୟରେ କୋଡିଏ ଫୁଟ ତଳକୁ ଖସି ପଡିଥିବା ସୂଚନା ମିଳିଛି। ସୂଚନାନୁଯାୟୀ ଗାଡି ନମ୍ବର OD33K8777 ଅଚାନକ ଭାରସାମ୍ୟ ହରାଇ କୋଡିଏ ଫୁଟ ତଳକୁ ଖସି ପଡ଼ିଥିଲା। ଗାଡିର ମାଲିକଙ୍କ ନାମ ହରିଶଚନ୍ଦ୍ର ମହାନ୍ତ ଘର ଯୋଡା ବୋଲି ଜଣା ପଡ଼ିଛି । ସେ ଭୂବନେଶ୍ଵରରୁ ଯୋଡା ଅଭିମୁଖେ ଯାଉଥିଲେ। ଗାଡିରେ ଜଣେ ବ୍ୟକ୍ତି ଥିଲେ। କିନ୍ତୁ ତାଙ୍କର କୈଣସି କ୍ଷତି ହୋଇନଥିବା ଖବର ମିଳିଛି । ଗାଡିଟି ସମୁଦାୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close