ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ସଚିବଙ୍କ ଯାଜପୁର ଜିଲ୍ଲା ପରିଦର୍ଶନ


ଯାଜପୁର ; ୩୧/୧୨ (ବ୍ୟୁରୋ) : ଗୁରୁବାର ପୂର୍ବାହ୍ନରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଶସ୍ୟ ସଂଗ୍ରହ ଉପରେ ସମୀକ୍ଷା କରିଥିଲେ। ସରକାର କୋଭିଡ ସଂପର୍କରେ ଲୋକ ମାନଙ୍କୁ ବ୍ୟାପକ ସଚେତନ କରାଉଚ୍ଥନ୍ତି।ବର୍ତ୍ତମାନ ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସତର୍କ ଓ ସଚେତନ ହେବାକୁ ପ୍ରମୁଖ ସଚିବ ଶ୍ରୀମତୀ ଅରୁମୁଗମ୍ ପରାମର୍ଶ ଦେବା ସହ ଧାନ ସଂଗ୍ରହକୁ ତ୍ୱରାନ୍ୱିତ ଓ ଶୃଙ୍ଖଳିତ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଊପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ଏବଂ ଧାନ ସଂଗ୍ରହ କ୍ଷେତ୍ରରେ ସାମ୍ପ୍ରତ୍ତିକ ସ୍ଥିତିର ତଥ୍ୟ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ତରପଂରୁ ଏପିଡୋମୋଲୋଜିଷ୍ଟ ଡା. ପାର୍ଥସାରଥୀ ମିଶ୍ର ପାୱାର ପ୍ରେଜେଣ୍ଟେସନ ମାଧ୍ୟମରେ ଜିଲ୍ଳ୍‌ାର କୋଭିଡ ସମ୍ୱନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ସାମ୍ପ୍ରତ୍ତିକ ଓମିକ୍ରନ୍ ଭାଇରସର ଭୟାବହତାକୁ ଆଖି ଆଗରେ ରଖି ଏବଂ ଏହାର ପ୍ରତିରୋଧ ପାଇଁ ବିଦେଶ ପେଂରନ୍ତା ଯାତ୍ରୀ ମାନଙ୍କ ଉପରେ ସୂଚନା ସଂଗ୍ରହ ସହ ତୀକ୍ଷ୍‌ଣ ନଜର ରଖାଯାଉଚ୍ଥି ବୋଲି ସେ କହିଥିଲେ । ପଜିଟିଭ କେସ୍ ଚିହ୍ନଟ କରିବା ସହ ବ୍ୟାପକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଚାଲୁ ରହିଚ୍ଥି । ଯାହା ପଂଳରେ କୋଭିଡ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟିଂର ଧାର୍ଯ୍ୟଲକ୍ଷ୍ୟ ଠାରୁ ଯାଜପୁର ଜିଲ୍ଲା ଅନେକ ଆଗରେ ଅଚ୍ଥି । ସେହିପରି ଟୀକାକରଣ କ୍ଷେତ୍ରରେ ଅଦ୍ୟାବଧି ଜିଲ୍ଲାରେ ୮୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇସାରିଥିବା ବେଳେ ଦ୍ୱିତୀୟ ଡୋଜର ଟୀକାକରଣ ୬୮ ପ୍ରତିଶତରେ ପହଂଚିଚ୍ଥି । ଏଥିସହିତ ଭ୍ରାମ୍ୟମାଣ ଟୀକାକରଣ ଟିମ୍ ଘରକୁ ଘର ବୁଲି ଟୀକାକରଣ କରିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ପାରିଚ୍ଥି ବୋଲି ଡା. ମିଶ୍ର ସୂଚନା ଦେଇଥିଲେ । ସେହିପରି ଶସ୍ୟ ଅମଳ ଓ ସଂଗ୍ରହ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ଧାନ ସଂଗ୍ରହ ପାଇଁ ୧୧୩୯୭୦୫.୮୮ କ୍ୱିଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଚଳିତ ମାସ ୨୭ ତାରିଖ ସୁଦ୍ଧା ୨୧୮୫.୩୯ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଚ୍ଥି । ୧୨୨ ଟି ପ୍ୟାକ୍ସ ଓ ୩୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ଧାନ ସଂଗ୍ରହ କରାଯାଉଚ୍ଥି । ଚଳିତ ବର୍ଷ ୫୦୨୨୯ ଜଣ ଚାଷୀ ପଞ୍ଜିକରଣ କରିଚ୍ଥନ୍ତି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ସୂଚନା ଦେଇଥିଲେ ।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ, ଯୁଗ୍ମ ସଚିବ ଦିପ୍ତି ରଂଜନ ସେନ୍‌, ସହକାରୀ ଅର୍ଥ ଉପଦେଷ୍ଟା ଜ୍ୟୋତି ରଂଜନ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଡାଟା ମ୍ୟାନେଜର ଶୁଭେନ୍ଦୁ କୁମାର ଭୋଇ, ଏ.ଆର.ସି.ଏସ୍‌ଶରତ ଚନ୍ଦ୍ର ମଲ୍ଲିକ , ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଳାଦ ସେଠୀ, ଯୋଗାଣ ନିରୀକ୍ଷକ ଦେବେନ୍ଦ୍ର କୁମାର ନାୟକ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close