ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ , ଜିଲ୍ଲା ରୁ ବ୍ଲକ ପ୍ରଶାସନ ସବୁ ଦେଖି ଅଦେଖା

ହାଟଡିହି; ୩୦/୧୨(ବ୍ୟୁରୋ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର ଏହି ରାସ୍ତା ସାମନ୍ୟ କେଇ ବୁନ୍ଦା ବର୍ଷlରେ ରାସ୍ତାରେ ଯିବା ଆସିବା ପୁରା ଠପ । କଲେଜ୍ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପାଇଁ ଏହି ରାସ୍ତା ଏବେ ମରଣ ଯନ୍ତା ସାଜିଥିବା ଦେଖିବାକୁ ମିଳିଛି । ଦିର୍ଘ ୨୨ବର୍ଷ ନିରନ୍ତର ବିକାଶର ଏ ହେଉଛି ନିଚ୍ଛକ ନମୁନା । ଯେଉଁ ଗ୍ରାମ ପଞ୍ଚାୟତ କେନ୍ଦୁଝର ଜିଲ୍ଲାରେ ରାଜା ପରିବାରଙ୍କ ପଞ୍ଚାୟତ ବୋଲି ଜଣାଶୁଣା ସେ ପଞ୍ଚାୟତର ଯଦି ଏପରି ସ୍ଥିତି ଅନ୍ୟ ପଞ୍ଚାୟତର କଥା ନକହିବା ଭଲ । ଏହା ବିକାଶ ନାମରେ ସରକାରୀ ବାବୁ ଓ ନେତାଙ୍କର ମିଲି ଭଗତ ହରିଲୁଟ୍ ନୁହଁ ତ? ।ଏଠି ତୁତ ମୁତୁରୀ ମୁଁତ ମୁତୁରୀ ହେଁସ ଧୋଇବା କଣ ପାଁଇର ଯେଉଁ ପ୍ରବାଦ ଟି ଅଛି ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି । ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ସମସ୍ତେ ଜାଣନ୍ତି କିନ୍ତୁ ଦେଖିନି, ଶୁଣିନି, ଜାଣିନିରେ ଚାଲିଛି ପୁରା ବ୍ୟବସ୍ଥା । କେବେ ସୁଧୁରିବ ହାଟଡ଼ିହି ବ୍ଲକ ଅନ୍ତର୍ଗତ ଥିବା କେତୋଟି ପଞ୍ଚାୟତର ଅବସ୍ଥା ଆଉ ବ୍ୟବସ୍ଥା ତାହା ଏବେ ଅପେକ୍ଷା ରେ। ଖାଲି ନିର୍ବାଚନ ଆସିଲେ ରାଜନେତା ଙ୍କ ବଡ଼ ବଡ଼ କଥା ଆଉ ଗାଁ ର ସମସ୍ୟା ବୁଝୁଛି କିଏ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close