ଯାଜପୁର ମୁନିସିପାଲିଟି ପକ୍ଷରୁ ବଡାଖାନା ଅନୁଷ୍ଠିତ


ଯାଜପୁର ; ୩୦/୧୨ (ବ୍ୟୁରୋ) : ସ୍ୱଚ୍ଚ୍ଥ ସାଥୀ, ସ୍ୱଚ୍ଚ୍ଥତା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ସଦ୍‌ଭାବନା ଓ ଭାଇଚାରା ସୃଷ୍ଟି ଉଦ୍ଦେଶ୍ୟରେ ସରକାର ବଢାଖାନାର ବ୍ୟବସ୍ଥା କରିଚ୍ଥନ୍ତି । ବୁଧବାର ଅପରାହ୍ନରେ ପୈାର ପ୍ରଶାସନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅବସରରେ ଅତିିରିକ୍ତ ଜିଲ୍ଲାପାଳ ତଥା ପୈାର ପ୍ରଶାସକ ଅକ୍ଷୟ କୁମାର ମଲ୍ଲିକ ପାରସ୍ପରିକ ସହଯୋଗ ଦ୍ୱାରା ଏକ ସ୍ୱଚ୍ଚ୍ଥ ଓ ଶ୍ରେଷ୍ଠ ମୁନିସିପାଲିଟି ଆମେ ଗଠନ କରିପାରିବା ବୋଲି କହିଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେକ ମାସରେ ଯାଜପୁର ପୈାର ପ୍ରଶାସନ ପକ୍ଷରୁ ସପେଂଇ କର୍ମଚାରୀ ଓ ସ୍ୱଚ୍ଚ୍ଥ ସାଥୀ ମାନଙ୍କ ପାଇଁ ବଢାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହାଦ୍ୱାରା ଉଭୟ କର୍ମଚାରୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ । ଯାଜପୁର ପୈାର ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଷିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଓ.ଏ.ଏସ୍‌.ଟି.ଆର.ଓ. ସିଦ୍ଧେଶ୍ୱର ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ହୀରକ ସିଂ, ପରିମଳ ନିରୀକ୍ଷକ ଲକ୍ଷ୍ମୀଧର ଶତପଥୀ, କନିଷ୍ଠ ପରିମଳ ସହାୟକ ଦେବାଶିଷ ଭୂୟାଁ ଓ ଊଦ୍ୟାନବିତ୍ ପ୍ରମୂଖ ଉପସ୍ଥିତ ଥିଲେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close