ଏମ୍ସ ମେଡିକାଲ ସୁପର ପିଜି ପ୍ରବେଶିକା ପରୀକ୍ଷାରେ ସୌମ୍ୟଙ୍କ ସଫଳତା ,ଏମ୍ସ ଆଲ ଇଣ୍ଡିଆ ସୁପର ପିଜିରେ ୧୬ତମ ସ୍ଥାନ

ଯାଜପୁର ; ୨୯/୧୨ (ନି ପ୍ର ) : ଏମ୍ସ ମେଡିକାଲ ସୁପର ପିଜି ପ୍ରବେଶିକା ପରୀକ୍ଷା ୨୦୨୧ରେ ସୌମ୍ୟ ରଞ୍ଜନ ରଣା ୨୮ବର୍ଷ ବୟସରେ ଜାତୀୟ ସ୍ଥରୀୟ ୧୬ତମ ସ୍ଥାନ ପ୍ରାପ୍ତ କରି ଆମ ଯାଜପୁର ଜିଲ୍ଲା ,ଆମ ଓଡ଼ିଶା, ଦେଶ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ତାଙ୍କୁ ନିଜ ଲକ୍ଷ୍ୟ ପଥରେ ପହଞ୍ଚିବାକୁ ସାହାଯ୍ୟ କରିଛି। ସୌମ୍ୟ ରଞ୍ଜନ ରଣା ପିତା ଇଂ ନିର୍ମଳ କୁମାର ରଣା ଓ ମାତା ମିନାକ୍ଷୀ ରଣାଙ୍କ ଆଶୀର୍ବାଦ ରେ ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି। xii କ୍ଲାସ ପରେ ସିଧାସଳଖ ଭାବେ ଏମ ବି ବି ଏସ ପାଇଁ ଚୟନ ହୋଇ ପୁଣି ମାଷ୍ଟର ଇନ ସର୍ଜରୀ କରିବା ପରେ ଏବେ ଚୟନ ପରୀକ୍ଷାରେ ଏମ୍ସ ରେଙ୍କ ରେ ୧୬ତମ ସ୍ଥାନରେ ସୁପର ପିଜି ପାଇଁ ମନୋନୀତ ହୋଇଛନ୍ତି। ବିନା କୋଚିଂ ରେ ସୌମ୍ୟ ଏମ୍ସ ମେରିଟ ଲିଷ୍ଟ ରେ ୧୬ ତମ ରେଙ୍କ ପ୍ରାପ୍ତକରି ଯାଜପୁର ଜିଲ୍ଲା ପାଇଁ ଗର୍ବର ବିଷୟ ପାଲଟିଛନ୍ତି। ତାଙ୍କର ଏକାନ୍ତ ଉଦ୍ୟମ ଫଳରେ ସେ ଲକ୍ଷ୍ୟ ପଥକୁ ଛୁଇଁ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close