ବ୍ୟାସନଗରରେ କ୍ଷୁଦ୍ର ନିଯୁକ୍ତି ମେଳା-୨୦୨୧ ଅନୁଷ୍ଠିତ


ବ୍ୟାସନଗର ; ୨୯/୧୨ (ବ୍ୟୁରୋ) : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ, ଯାଜପୁରର ମିଳିତ ଆନୁକୁଲ୍ୟରେ ଏକ କ୍ଷୁଦ୍ର ନିଯୁକ୍ତି ମେଳା ସ୍ଥାନୀୟ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ନିଯୁକ୍ତି ମେଳାକୁ ଉଦ୍‌ଘାଟନ କରି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର କହିଲେ ଯେ କଳିଙ୍ଗ ନଗର ହେଉଛି ଶିଳ୍ପ ନଗରୀ । ଏଠି ଦକ୍ଷତା ପ୍ରତିପାଦନ ପାଇଁ ଭରପୁର ସୁଯୋଗ ରହିଛି । ଜିଲ୍ଲାରେ ଅନେକ ଉଚ୍ଚଶିକ୍ଷିତ, ଡିଗ୍ରୀ, ଡିପ୍ଲୋମାଧାରୀ ଭରି ରହିଛନ୍ତି । ନିଯୁକ୍ତି ମେଳାକୁ ଆସିଥିବା ସମସ୍ତ ପ୍ରତିଭାବାନ୍ ପ୍ରାର୍ଥୀ କିପରି ପୂର୍ଣ୍ଣ ସୁଯୋଗ ନେବେ ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ ଦିଗରେ ସମସ୍ତ ନିଯୁକ୍ତିଦାତା ଓ ତାଲିମ୍ ସହଯୋଗୀମାନେ ଯତ୍ନବାନ୍ ହେବାକୁ ସେ ପରାମର୍ଶ ଦେଇଥିଲେ । କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ରାଜ୍ୟ ବାହାରୁ ଆସିଥିବା ନିଯୁକ୍ତି ଦାତାମାନେ କିପରି ତ୍ୱରାନ୍ୱିତ ପ୍ରକ୍ରିୟାରେ ଚୟନ କରିବେ ସେ ଦିଗରେ ଧ୍ୟାନ ଦେବାକୁ ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ତଦାରଖ ପାଇଁ ପରାମର୍ଶ ଦେବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ କହିଲେ ଯେ ସରକାରଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ପ୍ରାର୍ଥୀ କିପରି ଅଧିକରୁ ଅଧିକ ଉପକୃତ ହେବେ ତାହା ନିଯୁକ୍ତି ଦାତା, ତାଲିମ ଅଧିକାରୀମାନେ ଯତ୍ନବାନ ହେବା ଦରକାର ଯାହା ଫଳରେ ଏହି ମେଳାର ଆଭିମୁଖ୍ୟ ଜନସାଧାରଣରେ ପ୍ରତିଫଳିତ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଓ ସ୍କିଲ୍ ଇଣ୍ଡିଆର ଯାଜପୁର ଜିଲ୍ଲା ସଂଯୋଜକ ବଂଶୀଧର ସ୍ୱାଇଁ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟର୍କ୍ରମଟିକୁ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ୮ ଗୋଟି ନିଯୁକ୍ତିଦାତାଙ୍କ ସହିତ ୬ ଜଣ ତାଲିମ ସହଯୋଗୀ ସାମିଲ ହୋଇଥିଲେ । ମୋଟ ୭୮୦ ପ୍ରାର୍ଥୀ ନିଯୁକ୍ତି ମେଳାରେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥା ମାଧ୍ୟମରେ ନାମାଙ୍କନ ପାଇଁ ମନୋନୟନ କରାଯାଇଛି । ପ୍ରକାଶ ଥାଉ କି ତା ୨୭.୧୨.୨୧ ରିଖ, ଯାଜପୁର ଜିଲ୍ଲା ବରୁଆଁ ଠାରେ ମଧ୍ୟ ଏହି ମେଳାର ଆୟୋଜନ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close