ଡିସେମ୍ବର ୨୫ ବଡଦିନରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଲାଗୁ

ଭୁବନେଶ୍ବର ୨୪/୧୨ (ବ୍ୟୁରୋ): ୨୫ଡିସେମ୍ବର ବଡଦିନରୁ ଜାନୁୟାରୀ ୨ ତାରିଖ ଯାଏଁ ଲାଗୁ କଟକଣାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଜିରୋ ନାଇଟ୍‌ ସେଲିବ୍ରେସନ ନେଇ ଶୁକ୍ରବାର ପୂର୍ବାହ୍ନରେ ଲାଗୁ କରିଥିବା କଟକଣାକୁ ସନ୍ଧ୍ୟାରେ ହିଁ ସଂଶୋଧନ କରାଯାଇଛି । ସ୍ବତନ୍ତ୍ର ରିଲିଫ୍‌ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ସୂଚନା ଜାରି କରାଯାଇଛି ।ନୂଆ ଗାଇଡଲାଇନ ଅନୁଯାୟୀ ଡିସେମ୍ବର ୨୫ ରୁ ଜାନୁୟାରୀ ୨ କଟକଣାରେ ସାମାନ୍ୟ ସଂଶୋଧନ କରିଦିଆଯାଇଛି । ନୂଆ ଗାଇଡଲାଇନ୍‌ ଅନୁଯାୟୀ କେବଳ ଡିସେମ୍ବର ୨୫ ତାରିଖ ବଡଦିନରେ ଲାଗୁ ହେବ କଟକଣା । ପରେ ପୁଣି ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୨ ତାରିଖ ଯାଏଁ ପୁଣି କଟକଣା ବଳବତ୍ତର ରହିବ । ନୂଆ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ନୂଆ କଟକଣା । ପିକନିକ୍ , ବଣଭୋଜି ଓ ଭୋଜିଭାତ ଉପରେ ରୋକ୍ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ସରକାର କଟକଣା ଜାରି କରିଥିଲେ ପରେ ସେଥିରେ ସଂଶୋଧନ କରାଯାଇଛି। ସୂଚନାନୁଯାଇ ରାଜ୍ୟରେ ୪ ଜଣ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି ।ଆଗକୁ ନୂଆ ବର୍ଷ ଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ବୋଲି ଏଭଳି ପଦକ୍ଷେପ ନେଇଛନ୍ତି ସରକାର। ଡିସେମ୍ବର ୨୫ ବଡଦିନ ଏବଂ ଜିରୋ ନାଇଟ୍‌ ବନ୍ଦ କରିବା ପାଇଁ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା ଲାଗୁ ହୋଇଛି । କଟକଣା ଅନୁସାରେ, ହୋଟେଲ, କଲ୍ୟାଣ ମଣ୍ଡପ ସମେକ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ, ଭୋଜିଭାତ, ସର୍ବସାଧାରଣରେ ଭୋଜିଭାତ ଉପରେ ରୋକ୍ ଲାଗିଛି । ସେହିପରି ବଡଦିନ ଓ ନୂଆବର୍ଷରେ କୌଣସି ସ୍ଥାନରେ ବଣଭୋଜି ହୋଇପାରିବ ନାହିଁ । ଆହୁରି ମଧ୍ୟ ଖ୍ରୀଷ୍ଟମାସ୍ ପାଳନ ବେଳେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ । ଏହାସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ । ଏତତ୍ ବ୍ୟତୀତ,ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ । ରାଲି, ନାଚଗୀତ ଆଦି ଉପରେ ରୋକ୍ ଲାଗିଛି । ଶବ ସତ୍କାଳ ବେଳେ ବି କୋଭିଡ କଟକଣାକୁ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଆବଶ୍ୟକ ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପି ସ୍ବତନ୍ତ୍ର କଟକଣା ଲାଗୁ କରିପାରିବେବୋଲି ସୂଚନା ରହିଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close