ଯାଜପୁରରେ ଧାନ ମଣ୍ଡିର ଶୁଭାରମ୍ଭ ସହ ଧାନ କ୍ରୟ ଆରମ୍ଭ

ଯାଜପୁର;୨୪/୧୨(ବ୍ୟୁରୋ): ଯାଜପୁର ଜିଲ୍ଲାରେ ଖରିପଂ ଧାନ ସଂଗ୍ରହ ଶୁକ୍ରବାର ଠାରୁ ଆରମ୍ଭ ହୋଇଚ୍ଥି । ଦଶରଥପୁର ବ୍ଳ୍‌କ ଅଙ୍ଗାଳୋ ଗ୍ରାମ ଠାରେ ମା ନାଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୋଲା ଯାଇଥିବା ମଣ୍ଡିକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଉଦ୍‌ଘାଟନ କରିବା ସହ ଚାଷୀମାନେ ଯେପରି ସୁବିଧାରେ ଧାନ ବିକ୍ରୟ କରିବେ ସେଥିପ୍ରତି ଉଚିତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ମିଶନ ଶକ୍ତି ମାଧ୍ୟମରେ ମାଆମାନେ ସଶକ୍ତ ହୋଇଚ୍ଥନ୍ତି ।ତେଣୁ ଏହି ଧାନ ମଣ୍ଡି ମାଧ୍ୟମରେ ମାଆମାନେ ସେମାନଙ୍କର ଦାୟିତ୍ୱ ଓ ସେବାକୁ ଉପଯୁକ୍ତ ଭାବେ ପରିଚାଳନା କରିପାରିବେ ବୋଲି ଶ୍ରୀ ମଲ୍ଳିକ ଅନୁରୋଧ କରିଥିଲେ । ମିଲରମାନେ ଯେପରି ସଠିକ ସମୟରେ ଧାନ ଉଠାଇବେ, ଚାଷୀମାନଙ୍କୁ ସରକାରୀ ନିୟମ ଅନୁସାରେ ବିବିଧ ସହଯୋଗ ଓ ପ୍ରାପ୍ୟ ପ୍ରଦାନ କରାଯାଇ ପାରିବ, ତାହାକୁ ସୁନିଶ୍ଚିତ କରରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାବୁଦ୍ଦିନ ଖାନ, ଏ.ଆର.ସି.ଏସ୍‌. ଶରତ ମଲ୍ଲିକ, ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ, ଦଶରଥପୁର ବ୍ଳ୍‌କ ଅଧ୍ୟକ୍ଷା ସୁଜାତା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଆଦିକନ୍ଦ ସନ୍ଧିବିଗ୍ରହ, ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଭାନେତ୍ରୀ ଶଶିରେଖା ମହାନ୍ତି, ମା ନାଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଂପାଦିକା ସ୍ମିତାରାଣୀ ପଣ୍ଡା, ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇଥିଲେ ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close