ଖସୁଛି ପାରଦ ବଢୁଛି ଶୀତ ,ଆସନ୍ତା ୫ ଦିନ ଯାଏଁ ଥଣ୍ଡା

ଭୁବନେଶ୍ୱର; ୧୮/୧୨ (ବ୍ୟୁରୋ) : ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାତିକରେ ପାରଦ ୨ରୁ ଅଢ଼େଇ ଡିଗ୍ରୀ ତଳକୁ ଖସିଛି। ଅଚାନକ ମାଡ଼ି ଆସିଲା ହାଡ଼ ଭଙ୍ଗ ଶୀତ । କାଲୁଆ ପବନ ରେ ଥରି ଉଠିଛି ସାରା ଓଡ଼ିଶା। ବୁଧବାର ରାତିରେ ଦାରିଙ୍ଗିବାଡ଼ି ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଗୁରୁବାର ରାତିରେ ଖସି ଆସିଥିଲା ୬.୫ ଡିଗ୍ରୀକୁ ।ଭୁବନେଶ୍ୱର ତାପମାତ୍ରା ଗୁରୁବାର ରାତିରେ ୧୨.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପୂର୍ବ ରାତିଠାରୁ ଭୁବନେଶ୍ୱର ପାରଦ ୨.୨ ଡିଗ୍ରୀ ହ୍ରାସ ପାଇଛି। ସାରା ଓଡ଼ିଶାରେ ଏମିତି ଅଚାନକ ଖସିଯାଇଛି ପାରଦ ।ଫଳରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଆସନ୍ତା ୩ ରୁ ୪ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ଖସି ଯିବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ ପାରଦ ହ୍ରାସ ପାଇ ୧୦ ଡିଗ୍ରୀ ତଳେ ପହଞ୍ଚିପାରେ । ଆସନ୍ତା ୫ ଦିନ ଯାଏଁ ଥଣ୍ଡା କମିବାର ସମ୍ଭାବନା କ୍ଷୀଣ । ଆଭ୍ୟନ୍ତରୀଣ ଓଡ଼ିଶାରେ ୨/୩ ଦିନ ହେବ ଥଣ୍ଡା ବଢୁଥିବାବେଳେ ଉପକୂଳକୁ ଅତର୍କିତ ଭାବେ ଧସେଇ ପଶିଛି ଶୀତ । ଦାରିଙ୍ଗିବାଡ଼ି ପରେ ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ, କୋରାପୁଟ ୯ ଡିଗ୍ରୀକୁ ଖସି ଆସିଥିଲା । ୯ଟି ସହରରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳକୁ ଖସିି ଆସିଛି । ବୁଧବାର ରାତି ତୁଳନାରେ ଗୁରୁବାର ରାତିରେ ପାରାଦୀପ ତାପମାତ୍ରା ୨.୨, ଚାନ୍ଦବାଲି ୨.୨, କଟକ, ୨, ନୟାଗଡ଼ ୨, ଗୋପାଳପୁର ୧.୭, ପୁରୀ ୧.୮, ଟିଟିଲାଗଡ଼ ୧.୫, ବାଲେଶ୍ୱର ୧.୬, ଡିଗ୍ରୀ କମିଯାଇଛି । ପାଣିପାଗ ବିଭାଗ ଆକଳନ ହେଲା ଆସନ୍ତା ୨୧ ଯାଏଁ ପାଗରେ ପରିବର୍ତ୍ତନ ସମ୍ଭାବନା କମ୍‌ । ଆସନ୍ତା ୪ ଦିନ ଭିତରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍‌ ରହିପାରେ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଲା, ଶନିବାର (୧୮ ତାରିଖ) ଠାରୁ ଶୀତ ଆହୁରି ବଢ଼ିବ । ୧୯ ଓ ୨୦ରେ ଭୀଷଣ ଶୀତ ଅନୁଭୂତ ହେବ ରାଜ୍ୟରେ । ୨୨ରେ ପୁଣି ଥଣ୍ଡା କମିପାରେ । ୨୪ରୁ କୁହୁଡ଼ି ବଢ଼ିବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨୦ ତାରିଖ ସୁଦ୍ଧା ବର୍ତ୍ତମାନ ତୁଳନାରେ ୩ ଡିଗ୍ରୀ ସେଲସିୟସ୍‌ କମିପାରେ । ୨୨ରୁ ତାପମାତ୍ରା ବଢ଼ିବା ସହ ୨୪ ତାରିଖ ସୁଦ୍ଧା ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିପାରେ । ୨୪ରେ ପ୍ରବଳ କୁହୁଡ଼ି । କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୮ ଓ ୧୯ ତାରିଖ ରାତିରେ ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ କମିବା ସମ୍ଭାବନା ଅଛି । ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଅପରିବର୍ତ୍ତିତ ରହିବ । ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣରେ ୧୮ ଓ ୧୯ରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରୀ କମିବା ଆଶଙ୍କା ରହିଛି । ୨୧ରୁ ଥଣ୍ଡା କମିବ । ଆଜି ରାତିରେ କେତେକ ଜାଗାରେ କୁହୁଡ଼ି ହୋଇପାରେ । ସୁନ୍ଦରଗଡ଼, କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ ୨୦ ତାରିଖ ସୁଦ୍ଧା କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ କମିପାରେ । ଜମ୍ମୁ ଓ କାଶ୍ମୀରଠାରୁ ଆରବସାଗର ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତ ମଧ୍ୟରେ ବାୟୁମଣ୍ଡଳର ଉପର ଭାଗରେ ଏକ ଟ୍ରଫ ସୃଷ୍ଟି ହୋଇଥିବାବେଳେ ଏହା ପୂର୍ବ ଆଡ଼କୁ ମୁହାଁଉଛି । ଏହା ଓଡ଼ିଶା ଉପକୂଳରେ ଆସନ୍ତା ୧୯ ତାରିଖରେ ପହଞ୍ଚିବା ସମ୍ଭାବନା ଅଛି । ଏହା ପ୍ରଭାବରେ ଶୀତ ବେଶି ବଢ଼ିବ । ୨୪ରୁ ଶୀତ ପ୍ରକୋପ ସାମାନ୍ୟ କମିବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାଲେଶ୍ୱର ୧୨.୩, ଚାନ୍ଦବାଲି ୧୦.୮, କଟକ, ୧୨, ପାରାଦୀପ ୧୪, ଭୁବନେଶ୍ୱର ୧୨.୨, ଗୋପାଳପୁର ୧୪.୨, ଅନୁଗୁଳ ୧୧.୬, ବାରିପଦା ୧୨, ଝାରସୁଗୁଡ଼ା ୯.୬, କେନ୍ଦୁଝର ୯.୬, ସମ୍ବଲପୁର ୧୨.୨, ସୁନ୍ଦରଗଡ଼ ୧୦, ହୀରାକୁଦ ୧୧.୪, ତାଳଚେର ୧୩, ଭବାନୀପାଟଣା ୧୦, ବଲାଙ୍ଗିର ୧୧.୫, ମାଲକାନଗିରି ୧୩.୫, ସୋନପୁର ୧୩.୨, ନୟାଗଡ଼ ୧୨ ଡିଗ୍ରୀ ରେକର୍ଡ ହୋଇଛି ।ଉପକୂଳରେ ଅଚାନକ ରାତିକରେ ଶୀତ ପ୍ରକୋପ ଅସମ୍ଭାଳ ହୋଇପଡ଼ିଛି । ଚାନ୍ଦବାଲିରେ ସ୍ୱାଭାବିକଠାରୁ ୩.୪ ଡିଗ୍ରୀ ସେଲସିୟସ୍‌, ଭୁବନେଶ୍ୱରରେ ୩, ପୁରୀରେ ୨, ବାଲେଶ୍ୱରରେ ୨.୪, କଟକରେ ୨.୩, ଅନୁଗୁଳ ୨.୨, ଝାରସୁଗୁଡ଼ା ୨.୭, ଭବାନୀପାଟଣାରେ ୨.୬, ଗୋପାଳପୁରରେ ୨.୮ ଡିଗ୍ରୀ କମ୍‌ ରହିଥିବା ସୂଚନା ମିଳିଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close