ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଅଡିିସନ ଚଳିତ ମାସ ୨୦ ଓ ୨୧ ରେ ଅନୁଷ୍ଠିତ ହେବ

ଯାଜପୁର ; ୧୬/୧୨ (ବ୍ୟୁରୋ) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ପାଇଁ ଆବେଦନ କରିଥିବା ଯୋଗ୍ୟ ଆବେଦନକାରୀଙ୍କୁ ନେଇ ଅଡିସନ ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ଚଳିତ ମାସ ୨୦ ଓ ୨୧ ତାରିଖରେ ଆୟୋଜନ କରାଯିବ । ଏହି କମିଟିରେ ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ୨ ଜଣ କଳାରେ ଦକ୍ଷତା ଥିବା ବ୍ୟକ୍ତି ରହିବେ । ପୂର୍ବାହ୍ନ ୧୦ ଘଟିକା ଠାରୁ ଏହି ଅଡିସନ ଆରମ୍ଭ ହେବ । ବଡଚଣା ବ୍ଳ୍‌କ ସମ୍ମିଳନୀ ଗୃହ, ଧର୍ମଶାଳା ବ୍ଳ୍‌କ ସମ୍ମିଳନୀ ଗୃହ, ରସୁଲପୁର ବ୍ଳ୍‌କ ସମ୍ମିଳନୀ ଗୃହ, ବରୀ ବ୍ଳ୍‌କ ସମ୍ମିଳନୀ ଗୃହ ଓ ଯାଜପୁର ବ୍ଳ୍‌କ ସମ୍ମିଳନୀ ଗୃହରେ ସଂପୃକ୍ତ ବ୍ଳ୍‌କ ଅଂଚଳର ଓ ଯାଜପୁର ପୈାରାଂଚଳ କଳାକାର ମାନଙ୍କର ଅଡିସନ ୨୦ ତାରିଖରେ ଅନୁଷ୍ଠିତ ହେବ । ସେହିପରି ୨୧ ତାରିଖରେ ବରୀ, ବିଂଝାରପୁର, ଦଶରଥପୁର, କୋରେଇ, ଦାନଗଦୀ ଓ ସୁକିନ୍ଦା ବ୍ଳ୍‌କ ଏବଂ ବ୍ୟାସନଗର ପୈାରାଂଚଳ ଅଂଚଳର ଅଡିସନ ସଂପୃକ୍ତ ବ୍ଳ୍‌କ ସମ୍ମିଳନୀ ଗୃହ ମାନଙ୍କରେ ଅନୁଷ୍ଠିତ ହେବ । ଯାଜପୁର ପୈାର ପରିଷଦ କଳାକାର ମାନଙ୍କ ପାଇଁ ଯାଜପୁର ବ୍ଳ୍‌କ ଓ ବ୍ୟାସନଗର ପୈାର ପରିଷଦ କଳାକାର ମାନଙ୍କ ପାଇଁ କୋରେଇ ବ୍ଳ୍‌କ ପରିସରରେ ଅଡିସନ ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗର ଗାଇଡଲାଇନ ଅନୁସାରେ ଏହି ଅଡିସନ ପରେ ସର୍ବାଧିକ ବୟସ ଏବଂ ଯୋଗ୍ୟତା ମାପକାଠି ଆଧାରରେ ଚୟନ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ । ପରେ ଯୋଗ୍ୟ ବିବେଚିତ କଳାକାର ମାନଙ୍କର ତାଲିକାରୁ ଧାର୍ଯ୍ୟ ଲକ୍ଷ୍ୟ ୧୦୧ ଗୋଟି ପୂରଣ ପରେ ଅବଶିଷ୍ଟ ସଂଖ୍ୟାକୁ ଅପେକ୍ଷା ତାଲିକା ବା ୱେଟିଂ ଲିଷ୍ଟରେ ରଖାଯିବ । ପରବର୍ତୀ ସମୟରେ ମିଳିବାକୁ ଥିବା ଧାର୍ଯ୍ୟ ଲକ୍ଷ୍ୟ ଏହି ତାଲିକାରୁ ପୂରଣ ହେବ । ଯାହା ପଂଳରେ କଳାକାର ମାନଙ୍କୁ ଆଉ ଆବେଦନ ବା ଅଡିସନ ଦେବାକୁ ପଡିବ ନାହିଁ ବୋଲି ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close