ଲ୍ୟାଣ୍ଡ ରେକର୍ଡ ଓ ସର୍ଭେର କମିଶନରଙ୍କ ସମୀକ୍ଷା ବୈଠକ

ଯାଜପୁର; ୧୬/୧୨ ( ବ୍ୟୁରୋ) : ଜମିଜମା ମାମଲାରେ ଯେବେ କମିଶନରଙ୍କୁ ତଥ୍ୟ ପ୍ରେରଣ କରାଯାଉଚ୍ଥି। ସେତେବେଳେ ଉପଯୁକ୍ତ ଡକୁମେଣ୍ଟ ସହ ପ୍ରଦାନ କଲେ ତାହା ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଲ୍ୟାଣ୍ଡ ରେକର୍ଡ ଓ ସର୍ଭେର ଆୟୁକ୍ତ ମଧୁସୂଦନ ପାଢୀ ପରାମର୍ଶ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଯାଜପୁର ଜିଲ୍ଲାର କମିଶନର କୋର୍ଟରେ ବକେୟା ପଡିଥିବା ବିବିଧ ମାମଲା ଗୁଡିକର ସମୀକ୍ଷା ଆୟୁକ୍ତ ଶ୍ରୀ ପାଢୀ ଶୁଣାଣୀ କରିବା ସହ ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଜମିଜମା ସଂପର୍କିତ ବିଭିନ୍ନ ମାମଲା ଗୁଡିକର ତଦନ୍ତ କଲାବେଳେ ତୃଣମୂଳ ସ୍ତରରେ ତାହାର ସଠିକ ଅନୁଧ୍ୟାନ କରିବା, କାଗଜପତ୍ରକୁ ଭଲଭାବେ ନିରୀକ୍ଷଣ କରିବା, ରାଜସ୍ୱ ଓ ଜମିଜମା ସମ୍ୱନ୍ଧୀୟ ଗାଇଡଲାଇନ ଅନୁସାରେ ତର୍ଜମା କରି ତାହାକୁ ଉପଯୁକ୍ତ ନିର୍ଯ୍ୟାସ ବାହାର କରିବାକୁ ସେ ପରାମର୍ଶ ଦେଇଥିଲେ । ଅନେକ ସମୟରେ ଜାଗାର ପରିମାଣ, ପଟାରେ ସଠିକ ଥିଲେ ମଧ୍ୟ ମ୍ୟାପରେ ତୃଟି ପରିଲକ୍ଷିତ ହେବା ଯୋଗୁ ବ୍ୟକ୍ତିଟି ଅସୁବିଧା ଭୋଗିଥାଏ । ତେଣୁ ଏହାକୁ ଉପଯୁକ୍ତ ଭାବେ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ସେ କହିଥିଲେ । ଅପର ପକ୍ଷରେ ଯେଉଁ ଲୋକମାନେ ଜମିଜମା ସଂପର୍କୀୟ ଅଭିଯୋଗ କରୁଚ୍ଥନ୍ତି, ତାହାକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମାଧାନ କରିବାକୁ ଊଦ୍ୟମ କରିବାକୁ ଶ୍ରୀ ପାଢୀ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର ରାଜସ୍ୱ ମାମଲା ଗୁଡିକୁ ତ୍ୱରିତ ପ୍ରକ୍ରିୟାରେ ସମାଧାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ କମିଶନରଙ୍କର ବିଭିନ୍ନ ଉପଦେଶକୁ ଆଗାମୀ ରାଜସ୍ୱ ବୈଠକ ମାନଙ୍କରେ କାର୍ଯ୍ୟସୂଚୀ ଆକାରରେ ରଖାଯାଇ ସମୀକ୍ଷା କରାଯିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ରାଜସ୍ୱ ଓ ଲ୍ୟାଣ୍ଡ ରେକର୍ଡ ଆଇନ ଅନୁସାରେ ସମସ୍ତ ରାଜସ୍ୱ ଅଧିକାରୀ ଓ କର୍ମଚାରୀମାନେ ସୁଚାରୁ ରୂପେ କାର୍ଯ୍ୟ କରିବା ସହ ଅଭିଯୋଗ ଗୁଡିକ ଉପରେ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭରେ ତହସିଲଦାର ମାନଙ୍କର ଦାୟିତ୍ୱ, କର୍ତବ୍ୟ, ରାଜସ୍ୱ ମାମଲା ଓ ଲ୍ୟାଣ୍ଡ ରେକର୍ଡ ମାନୁଆଲ ଅନୁସାରେ କାର୍ଯ୍ୟ ପରିଚାଳନା ପାଇଁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କମିଶନରଙ୍କ ଷ୍ଟାଣ୍ଡିଂ କାଉନସିଲ ବିଜୟ କୁମାର ପରିଡା ବିଭିନ୍ନ ମାମଲାର ଆଇନଗତ ଦିଗ ସଂପର୍କରେ ଆଲୋକପାତ କରିଥିଲେ । କମିଶନର କୋର୍ଟ ଅପିଂସର ସୈାମ୍ୟା ପଟ୍ଟନାୟନକ ବିଭିନ୍ନ ତହସିଲ ଅନୁସାରେ ତଥ୍ୟ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close