ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗଦଳ ଓ ଭୂମିକା ହସ୍ପିଟାଲ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଯାଜପୁର ; ୧୬/୧୨ (ବସନ୍ତ କୁମାର ପାତ୍ରଙ୍କ ଠାରୁ ) : କଳିଙ୍ଗନଗର ସ୍ଥିତ ଯଖପୁରା ଠାରେ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ଭୂମିକା ହସ୍ପିଟାଲ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଟିକା ଠାରୁ ୧୨ଟା ପଯ୍ୟନ୍ତ ଚାଲୁ ରହିଥିବା ବେଳେ ଆଖ ପାଖ ଅନେକ ଗ୍ରାମରୁ ୪୦ ଜଣ ଲୋକ ନିଜର ଆଖିପରିକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଯାଜପୁର ରୋଡ ଭୂମିକା ହସ୍ପିଟାଲରେ ଅପରେସନ ବ୍ୟବସ୍ତା କରାଯାଇଥିଲା । ରୋଗୀମାନଙ୍କ ପାଇଁ ଯିବା ଆସିବା, ରହିବା, ଖାଇବା ,ଅପରେସନ, ଔଷଧ, ଚଷମା ପ୍ରଭୁତି ହସ୍ପିଟାଲ ତରଫରୁ ମାଗଣା ବ୍ୟବସ୍ତା କରାଯାଇଅଛି। ଏହି ଶିବିରରେ ସି ଏଚ ଏମ ଅରୁଣ କୁମାର ମହାରଣା,ମାନସୀ ଦିଦି,ଲକ୍ଷ୍ମୀ ମହାନ୍ତି, ରଂଜିତା ସାହୁ, ବସନ୍ତ କୁମାର ପାତ୍ର, ସୁବାଷ ଚନ୍ଦ୍ର ନାୟକ,ଦାନଗଦୀ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ମିଲନ ନାୟକ, ସିଲୁ ବେହେରା ପ୍ରମୁଖ ଶିବିରରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close