ଝାଡେଶ୍ୱର ଜୁନିୟର କଲେଜ ଇକୋ କ୍ଲବର ଆଲୋଚନାଚକ୍ର ଓ ପୁରସ୍କାର ବିତରଣ ଉତ୍ସବ

ଦାନଗଦି,୧୫/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟୋଲକାନି ସ୍ଥିତ ‘ଝାଡେଶ୍ୱର ଜୁନିୟର କଲେଜ’ର ‘ଇକୋ କ୍ଲବ’ ଆନୁକୂଲ୍ୟରେ “ପରିବେଶ ସୁରକ୍ଷାରେ ଆମର ଦାୟିତ୍ୱ” ସଂର୍ପକରେ ଏକ ଆଲୋଚନାଚକ୍ର କଲେଜର ଅଧ୍ୟକ୍ଷ ଡ଼ଃ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ୧୩/୧୨/୨୦୨୧ ରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ‘ଇକୋ କ୍ଲବ’ ଅଧିକାରୀ ଅଧ୍ୟାପକ ଦିଲୀପ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଓଡିଆ ବିଭାଗର ମୁଖ୍ୟ ଦେବେନ୍ଦ୍ରନାଥ ପୁହାଣ ଓ ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ. କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁ୍‌ଖ ଅତିଥି ଭାବେ ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣର ଉପାଦେୟତା ସଂର୍ପକରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଯଥା-ବିମଳା ତନ୍ତୀ, କିର୍ତୀ ରାଉତ, ପାର୍ବତୀ ସାହୁ, ଶୁଭମ୍ କୁମାର ସାହୁ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close