‘ଉଦୟବଟ’ ତରଫରୁ ପୂର୍ବତନ ବିଧାୟକ ‘ଅଶୋକ ଦାସ ସ୍ମାରକୀ’ ଜୁନିୟର ନୃତ୍ୟ ପ୍ରତିଯୋଗିତା

ବ୍ୟାସନଗର,୧୨/୧୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ କେରାଇର ପୂର୍ବତନ ବିଧାୟକ ତଥା ଯାଜପୁରର ଭୂମିପୂତ୍ର, ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ୰ ଅଶୋକ ଦାସ ସ୍ମାରକୀ ଜୁନିୟର ଅଫ୍‌ଲାଇନ ନୃତ୍ୟ ପ୍ରତିଯୋଗିତା-୨୦୨୧ ଓ ଆଲୋଚନାଚକ୍ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆଜି ରବିିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । । ୧ମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୁନିୟର ବିଭାଗ ଅଫ୍‌ଲାଇନ ନୃତ୍ୟ ପ୍ରତିଯୋଗିତାରେ ସେଂଟ ଜାଭିୟର୍ସ ସ୍କୁଲ, ମାଉଂଟ ଲିଟରା ଜି ସ୍କୁଲ, ବ୍ୟାସନଗର ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୂସୁଦନନଗର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡମାଳ, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ଏସ.ବି.ଡି ଇଟଂରନ୍ୟାସନାଲ ସ୍କୁଲ, ଯାଜପୁରରୋଡ, ଗ୍ଲୋରିଅସ ଇଙ୍ଗ୍‌ଲିଶ ମିଡିୟମ ସ୍କୁଲ, ଦଳା, ଡିୟୁ ପବ୍ଲିକ୍ ସ୍କୁଲ, ଚଣ୍ଡିଖୋଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ଯାଜପୁରରୋଡ, ଆଦର୍ଶ ସ୍କୁଲ, ସୁକିନ୍ଦା ପ୍ରଭୃତି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାକୁ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସପନ ବାନାର୍ଜୀ, ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଚାରକ ଭାବେ ନୃତ୍ୟ ଶିକ୍ଷୟତ୍ରୀ ପ୍ରିୟଙ୍କା ବେହେରା, ସପନ ବାନାର୍ଜୀ, ଶ୍ୱେତା ରାୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ତଥା ‘ଉଦୟବଟ’ର ବାର୍ତା ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ସୈାଭାଗ୍ୟ ମୁଦୁଲି, ବସନ୍ତ କୁମାର ପାତ୍ର, ବଲବୀର ସିଂହ, ଚକ୍ରଧର ମଲ୍ଲିକ, ଆରତୀ ରାୟ, ସୋନିଆ ବେଦୀ, ଟିକାୟତ ପାଲ, ପ୍ରଦୀପ ବାରିକ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଗୈାରୀଶଂକର ପତି, ଅଭିଷେକ ମଲ୍ଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ବିଧାୟକ ୰ ଦାସଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋଚନା କରାଯିବା ସହ ‘ଉଦୟବଟ’ର ବର୍ଷ ତମାମ ଚାଲିଥିବା ବିଭିନ୍ନ ଜନକଲ୍ୟାଣମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରାଯାଇଥିଲା । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close