ଡ଼ଃ. ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳନ ଓ ପଦ୍ମଶ୍ରୀ ସ୍ୱର୍ଗତ ନନ୍ଦ ସାରଙ୍କ ପାଇଁ ଶୋକସଭା

ବ୍ୟାସନଗର, (ଉଦୟବଟ ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଚୋରଦା ସ୍ଥିତ ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ସମ୍ବିଧାନ ପ୍ରଣେତା ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ତିରୋଧାନ ଦିବସ ଓ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ଅନ୍ତିରା ଗ୍ରାମର ଶତାୟୁ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟି (ନନ୍ଦ ସାର)ଙ୍କ ବିୟୋଗରେ ଏକ ଶୋକସଭା ଗତ କାଲି ବୁଧବାର ଅପରାହ୍ନ ୪ ଘଟିକା ସମୟରେ ମଂଚର କାର୍ଯ୍ୟକାରୀ ସମ୍ପାଦକ ଡ଼ା. ନୃସିଂହ ଚରଣ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ‘ଉଦୟବଟ’ ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ ଆମ୍ବେଦକରଙ୍କ ଦେଶ ପାଇଁ ଥିବା ତ୍ୟାଗ ଓ ତାଙ୍କର ଜୀବନାଦର୍ଶ ଅନୁକରଣୀୟ ବୋଲି କହିବା ସହ ନନ୍ଦ ସାରଙ୍କ ବିୟୋଗ ସାରା ରାଜ୍ୟ ପାଇଁ ଏକ ଶକ୍ତ ଧକ୍କା ବୋଲି କହିଥିଲେ । ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ସହ-ସମ୍ପାଦକ ପ୍ରଫୁଲ୍ଲ କୁମାର ନାୟକ, ମଂଚର ବରିଷ୍ଠ ସଭ୍ୟ ଘନଶ୍ୟାମ ରାଉତ, ଲମ୍ବୋଦର ମଲିକ, ଯୁଧିଷ୍ଠିର ମଲିକ, ପ୍ରମୋଦ ସାସମଲ, ସନାତନ ମଲିକ, ନାରାୟଣ ସାହୁ, ବିଷ୍ଣୁଚରଣ ଓଝା, ଯୋଗଗୁରୁ ବଟକୃଷ୍ଣ ପ୍ରଧାନ, ଯୋଗପ୍ରଭାରୀ ଧୃବଚରଣ କର, ଅରୁଣା ଖଣ୍ଡାଇ, ଭାଗ୍ୟଧର କର, ଗିରିଧାରୀ ବାରିକ, କୋଷାଧ୍ୟକ୍ଷ ଶତୃଘ୍ନ ପୁହାଣ ପ୍ରମୁଖ ଯୋଗ ଦେଇ ଡ଼ଃ. ଆମ୍ବେଦକର ଓ ବର୍ଷୀୟାନ ଶିକ୍ଷକ ନନ୍ଦ ସାରଙ୍କ ସ୍ମୃତିଚାରଣ କରିଥିଲେ । ନନ୍ଦ ସାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସଭାର ଆରମ୍ଭରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close