ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଓ ଅଧିକାର କର୍ମଶାଳା ଅନୁଷ୍ଠିତ

ଯାଜପୁର ; ୦୬/୧୨ (ବ୍ୟୁରୋ) : ରାଜ୍ୟରେ ଚାଇଲ୍ଡ ପଲିସି ଖୁବ୍‌ଶିଘ୍ର କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି । ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଗାମୀ ୨୦୩୦ ସୁଦ୍ଧା ରାଜ୍ୟକୁ ବାଲ୍ୟବିବାହ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ । ପ୍ରତ୍ୟେକ ଶିଶୁର ଅଧିକାର ପଢ଼ିବା, ବଢ଼ିବା ଓ ସୁରକ୍ଷିତ ରହିବା । ତେଣୁ ଦାୟିତ୍ୱରେ ଥିବା ପ୍ରତ୍ୟେକ ବିଭାଗର ଅଧିକାରୀ ମାନେ ନିଷ୍ଠାର ସହ କାର୍ଯ୍ୟକରି ଯେପରି ଶିଶୁର ଅଧିକାର କ୍ଷୁର୍ଣ୍ଣ ନହୁଏ ତାହା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ତୃଣମୂଳ ସ୍ତରରୁ ପ୍ରତ୍ୟେକଙ୍କ ସହଭାଗୀତା ଓ ସହଯୋଗରେ ଶିଶୁ ଯତ୍ନ ଓ ଅଧିକାର ଉପରେ ଗୁରୁତ୍ୱାରୋପ କରି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନଭେମ୍ବର ୧ତାରିଖ ଠାରୁ ୪୦ଦିନ ପାଇଁ ଶିଶୁ ସୁରକ୍ଷା ସଚେତନତା ରଥ ରାଜ୍ୟ ପରିକ୍ରମା କରୁଛି ବୋଲି ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ଏଥିରେ ଅଧ୍ୟକ୍ଷତା କରି ସମ୍ମିଳିତ ଉଦ୍ୟମ ଓ ବ୍ୟାପକ ସଚେତନତା ଦ୍ୱାରା ଶିଶୁ ଅଧିକାର ଓ ଯତ୍ନକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ମତ ଦେବା ସହ ବାଲ୍ୟବିବାହ ମୁକ୍ତ ଓ ଶିଶୁ ଶ୍ରମିକ ମୁକ୍ତ ଜିଲା ଗଠନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲା ପ୍ରଶାସନ ଶିଶୁ ସୁରକ୍ଷା ପାଇଁ ସମ୍ବେଦନଶୀଳ ଭାବେ କାର୍ଯ୍ୟ କରୁଛି ବୋଲି କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଆଶୀର୍ବାଦ ଯୋଜନାରେ ଜିଲ୍ଲାର ୨ହଜାର ୫ଶହ ପିଲାଙ୍କୁ ସାମିଲ କରାଯାଇଛି ଓ ପି.ଏମ୍‌. କେୟାର ଯୋଜନାରେ ୪ଜଣ ପିଲାଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ଅତିରିକ୍ତ ଏସ୍‌ପି ନାରାୟଣ ଚନ୍ଦ୍ର ବାରିକ୍ ଶିଶୁ ନିର୍ଯ୍ୟାତନା, ବାଲ୍ୟ ବିବାହ, ଅପହରଣ ଇତ୍ୟାଦି କ୍ଷେତ୍ରରେ ପୋଲିସ୍ ପକ୍ଷରୁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ପିଲାମାନଙ୍କ ଶିକ୍ଷାକୁ ସୁନିଶ୍ଚିତ କରିବା ଓ କରୋନା ପରେ ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଓ ଡ଼୍ରପ୍ ଆଉଟ୍ ସଂଖ୍ୟା ଶୂନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ କଲ୍ୟାଣ କମିଟିର ସଦସ୍ୟ ଡ଼ାକ୍ତର ରୁଦ୍ରନାରାୟଣ ପୃଷ୍ଟି, ପିସ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ଼ା ରାଜକିଶୋର ପଣ୍ଡା , ବରିଷ୍ଠ ନାଗରୀକ ସଂଘ ସମ୍ପାଦକ ପ୍ରବୋଧ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରସିଏଚ୍‌ର ଡ଼େପୁଟି ମ୍ୟାନେଜର ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଶିଶୁ ମାନଙ୍କର ସୁରକ୍ଷା, ସମସ୍ୟା, ଆବଶ୍ୟକତା ଓ ଗ୍ରହଣ କରାଯାଉଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରା, ଶିଶୁ କଲ୍ୟାଣ କମିଟି ସଦସ୍ୟ ଶୁଭ୍ରାଂଶୁ ରାୟ, ଉତ୍କଳ ବାଳାଶ୍ରମର ତତ୍ତ୍ୱାବଧାରିକା ପ୍ରଜ୍ଞାସିନି ସାହୁ, ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶିଶୁ ଅଧିକାର ସମ୍ପର୍କୀତ ଏକ ସଚେତନତା ରଥକୁ ଅଧ୍ୟକ୍ଷା ଓ ଅନ୍ୟ ଅତିଥି ମାନେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟ୍‌ର ସଦସ୍ୟ ମାନେ କୋଭିଡ ନିୟମାନୁସାରେ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close