ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜୟନ୍ତୀ ପାଳିତ
ପୋଖରୀପୁଟ: ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜୟନ୍ତୀ ଉପଲକ୍ଷେ ପାକ୍ଷିକ ସମ୍ବାଦ ପତ୍ର “ବିରଜା ଭୁମି” ପକ୍ଷରୁ ସ୍ଥାନୀୟ ପୋଖରୀପୁଟ ଠାରେ ବରିଷ୍ଠ ସ୍ତମ୍ଭକାର ନିର୍ମଳ ସାମଲଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ବିଶିଷ୍ଟ କବି ମାନଗୋବିନ୍ଦ ବାରିକ୍ ପ୍ରାରମ୍ଭିକ ସୂଚନା ଦେଇ ଡ଼ଃ ମହତାବଙ୍କ ବହୁମୁଖୀ ପ୍ରତିଭା ତଥା ନବ ଉତ୍କଳ ଗଠନରେ ତାଙ୍କର ଅବିସ୍ମରଣୀୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ଃ ଦିଗରାଜ ବ୍ରହ୍ମା, ପଠାଣି ବେହେରା, ଶରତ ପାତ୍ର, ନାରାୟଣ କର ଓ ବିରଜା ଭୁମିର ବାର୍ତ୍ତା ସଂପାଦକ ସୁରେଶ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଭାଗନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଲୋଚନାରେ ଡ଼ଃ ମହତାବଙ୍କ ସ୍ୱାଧୀନତା ସଂଗ୍ରାମ,ସାମ୍ବାଦିକତା, ରାଜନୈତିକ ଜୀବନ ସମେତ ସାରସ୍ୱତ ପ୍ରତିଭା ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀ ସାମଲ ତାଙ୍କ ଅଭିଭାଷଣରେ ଡ଼ଃ ମହତାବଙ୍କ ରଚିତ ଉପନ୍ୟାସ, ପ୍ରତିଭା, ଅବ୍ୟାପାର, ଟାଉଟର, ତୃତୀୟ ପର୍ବ,୧୯୭୫ ତଥା ଗାଁ ମଜଲିସ ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ କାଳଜୟୀ ହୋଇ ରହିବା ସହିତ ଡ଼ଃ ମହାତବଙ୍କୁ ଜନ ମାନସରେ ଚିରଦିନ ଅମର କରି ରଖିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପରି ଶେଷରେ ଡି. ପି. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Live Share Market