Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବିଚିତ୍ରପୁର ଲୋକକଳା ଗ୍ରାମରେ କାର୍ତିକ ପୂର୍ଣ୍ଣିମା ପାଳିତ

ଯାଜପୁର,୧୯.୧୧: ଯାଜପୁର ଜିଲ୍ଲା ଲୋକକଳା ଗ୍ରାମ ବିଚିତ୍ରପୁରରେ କାର୍ତିକ ପୂର୍ଣ୍ଣିମା ଅବସରରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ବିଚିତ୍ରପୁର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ପ୍ରାରମ୍ପାରିକ ଲୋକକଳା ଓ ପରମ୍ପରାର ସ୍ମୃତିଚାରଣ ଓ ସୁରକ୍ଷା ପାଇଁ ସଂସ୍କୃତି ବିଭାଗର ଏହି ପଦକ୍ଷେପ ଏକ ସ୍ୱାଗତ ଯୋଗ୍ୟ ବ୍ୟବସ୍ଥା ବୋଲି ମତ ଦେଇଥିଲେ । ମାମାନଙ୍କ ମଧ୍ୟରେ ଥିବା ଲୁକ୍କାଇତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଏହି ପ୍ରୟାସ ବେଶ୍ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ । ଏହା ଦ୍ୱାରା ସଂସ୍କୃତିର ପ୍ରସାର ପ୍ରଚାର ପାଇଁ ପଥ ଉନ୍ମୁକ୍ତ ହୋଇପାରିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ପୌର ପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ମା’ମାନେ ଶକ୍ତିମୟୀ ଓ ବିବିଧ ପ୍ରତିଭାର ଅଧିକାରୀ । ଏହିଭଳି ସୁଯୋଗ ମାଧ୍ୟମରେ ସେମାନେ ସେମାନଙ୍କର ଦକ୍ଷତାର ବିକାଶ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ବିଚିତ୍ରପୁର ଗ୍ରାମକୁ ଲୋକକଳା ଗ୍ରାମଭାବେ ଘୋଷଣା କରାଯିବା ପରେ ଗ୍ରାମର କଳା ଓ ସଂସ୍କୃତିର ବିକାଶ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ । କାର୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷରୁ ନିକଟସ୍ଥ ପୋଖରୀରେ ପ୍ରତିକାତ୍ମକ ଡଙ୍ଗା ଭଷା ପରେ ଏକାଧିକ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଷରେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ବିଚିତ୍ରପୁର ବିଦ୍ୟାଳୟ ପରିସରରେ ଝୋଟି, ମୁରୁଜ, ପିଠା, ହୁଳହୁଳି, ଭାଗବତ ପଠନ, ଭଜନ, ଓଡିଆଣୀ ବେଶ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ଓ ସଂସ୍କୃତି ସଂଘର ସଭାପତି ସୌରଭ ଚକ୍ରବର୍ତି ଅଧ୍ୟକ୍ଷତା କରିଥିଲେ । ଶେଷରେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗଗୀତାର ବିଚାରପତି ଭାବେ ରସୁଲପୁର ବ୍ଲକ କଳା ସଂଘର ଉପସଭାପତି ମୋହନ ଚରଣ ମଲିକ, ଚର୍ତୁଭୁଜ ଦାସ, କୋରାଇ ବ୍ଲକର ଉପସଭାପତି ପ୍ରଫୁଲ ଆଚାର୍ଯ୍ୟ, ବୃନ୍ଦାବନ ମିଶ୍ର ଓ ଅଭିମନ୍ୟୁ ମିଶ୍ର ପ୍ରମୁଖ ବିଚାରପତି ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗୀମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମୁଲ୍ୟ କୁମାର ସାହୁ, ବିଚିତ୍ରପୁର ଗ୍ରାମର ଭାଗୀରଥି ରଣା, ରଂଜନ କୁମାର ପଣ୍ଡା, କୃପାସିନ୍ଧୁ ପୃଷ୍ଟି, ପରେଶ କୁମାର ମହାନ୍ତି, ଅନ୍ୟାନ୍ୟ କଳାକାର, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଂସ୍କୃତି ବିଭାଗର ଏହି ଅଭିନବ କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close