ବ୍ୟାସନଗର ସହରାଞ୍ଚଳକୁ ୫୬ଟି ପ୍ରକଳ୍ପ ନିମନ୍ତେ “ମୁକ୍ତା” ଯୋଜନାରେ ୬କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁରୀ
ବ୍ୟାସନଗର ; ୧୯/୧୧ (ବ୍ୟୁରୋ ଚିଫ ) : ଯାଜପୁର ଜିଲ୍ଲା ବ୍ୟାସନଗର ପୋୖରାଞ୍ଚଳରେ ଥିବା ଉତ୍ସବ ପ୍ୟାଲେସ ଠାରେ ବ୍ୟାସନଗର ସହରାଞ୍ଚଳର ବିକାଶ ଉଦ୍ଧେଶ୍ୟରେ ୫୬ଟି ପ୍ରକଳ୍ପ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ମାନ୍ୟବର କୋରେଇ ବିଧାୟକ ଅଶୋକ ବଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୁ ଜନତାଦଳର “ମୁକ୍ତା” ଯୋଜନାରେ ବ୍ୟାସନଗରର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ଏହି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଉକ୍ତ ପ୍ରକଳ୍ପ ପାଇଁ ୬ କୋଟି ୬୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ କ୍ଷୁଦ୍ର ଉଦ୍ୟାନ ପାଇଁ ୫ଟି, ପବ୍ଲିକ ଯିମ ପାଇଁ ୬ଟି, ଚାଲିବା ରାସ୍ତା ପାଇଁ ୧୫ଟି ,ଶିଶୁ କ୍ରୀଡା ଉଦ୍ୟାନ ପାଇଁ ୬ଟି, ଖେଳ ପଡିଆ ପାଇଁ ୨ଟି,ରାସ୍ତା କଡ଼ ବିକ୍ରୟ ସ୍ଥଳି ପାଇଁ ୨ଟି,ରସ୍ଥା ଏବଂ ଡ୍ରେନ ପାଇଁ ୨ଟି,ରାସ୍ତା ନିର୍ମାଣ ପାଇଁ ୧୮ ଟି କୂଳ ୫୬ ଟି ପ୍ରକଳ୍ପ ପାଇଁ ଯୋଜନା ରଖାଯାଇଛି। ଏହି ବୈଠକରେ ମାନ୍ୟବର କୋରାଇ ବିଧାୟକ ଅଶୋକ ବଳ ବ୍ୟାସନଗର ବାସୀଙ୍କ ପାଇଁ କିଛି ନୂଆ କରିବା ଆଶାରେ ପ୍ରତ୍ୟେକ ଟି ୨୬ ଗୋଟି ୱାର୍ଡ ରେ ପ୍ରତ୍ୟେକ ଆସାଇ କାଉନସିଲର ପ୍ରାର୍ଥୀ ଙ୍କୁ ନୂତନ ପ୍ରେରଣା ଯୋଗାଇ ଦେବା ସହ ତାଙ୍କ କାର୍ଯ୍ୟ କରିବା ଶୈଳୀକୁ ବଦଳାଇବା ପାଇ ନିଜ ବକ୍ତବ୍ୟ ରେ କହିଥିଲେ । ଖୁବ ଶୀଘ୍ର ଏହି ପ୍ରକଳ୍ପର କର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଆଶା ବ୍ୟକ୍ତ କରିଛନ୍ତି। ଯେଉଁଥିରେ ବ୍ୟାସନଗର ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା ରଖାଯାଇଛି। ଶ୍ରୀବଳ ଙ୍କ ଗୋଟିଏ ପରେ ଗୋଟିଏ ଲୋକାଭିମୁଖୀ କାର୍ଯ୍ୟ ଦେଖି ଅନେକ ପ୍ରତିଦ୍ଵନ୍ଦି ଦଳଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମ୍ମିଳନୀରେ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସବିତା ରାଉତ,ସରୋଜିନୀ ବଳ, ସୁବାସ ବଳ, ମହେଶ ଧଳ,ସୌମେନ୍ଦ୍ର ରାଉତ,ବ୍ରଜ ରାଉତ, ଉଷାରାଣୀ ସାମଲ ପ୍ରମୁଖ ଯୋଗଦେବା ସହ ଅଂଚଳରେ ସମସ୍ତ ସାମ୍ବାଦିକ ଗଣ ଉପସ୍ଥିତ ଥିବାର ସୂଚନା ମିଳିଛି।