ବିଚିତ୍ରପୁର ଲୋକକଳା ଗ୍ରାମରେ ଅନୁଷ୍ଟିତ ହେବ କାର୍ତିକ ପୂର୍ଣ୍ଣିମା ଉତ୍ସବ

ଯାଜପୁର, ୧୫.୧୧: ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଜିଲାର ଲୋକକଳା ଗ୍ରାମ ବିଚିତ୍ରପୁରରେ ବିବିଧ କାର୍ଯ୍ୟକ୍ରମର ରୂପରେଖ ଚୂଡ଼ାନ୍ତ ହୋଇଛି । ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଅନୁସାରେ ଜିଲା ଲୋକକଳା ଗ୍ରାମରେ ପାରମ୍ପରିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଉତ୍ସବ ପାଳନ କରାଯିବ । ଶନିବାର ଅପରାହ୍ନରେ ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଯାଜପୁର ବ୍ଲକ ଅଧିନସ୍ଥ ବିଚିତ୍ରପୁର ଗ୍ରାମ ପଂଚାୟତର ବିଚିତ୍ରପୁର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଯାଜପୁର ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ସୈାରଭ ଚକ୍ରବର୍ତି ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏହି ଉତ୍ସବକୁ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ବିସ୍ତୃତ ସୂଚନା ପ୍ରଦାନ କରି କାର୍ତିକ ପୂର୍ଣ୍ଣିମାର ଐତିହ୍ୟ ଓ ପରମ୍ପରା ସହ ଓଡ଼ିଶାର ଅସ୍ମୀତା ଜଡ଼ିତ ବୋଲି କହିଥିଲେ । ତେଣୁ ମା’ମାନଙ୍କ ଦ୍ୱାରା ନିୟମିତ କରାଯାଉଥିବା କାର୍ଯ୍ୟକ୍ରମ ଯଥା:- ଝୋଟି, ମୁରୁଜ, ପିଠାପଣା, ହୁଳହୁଳି, ଭାଗବତ ପଠନ ଓ ଓଡ଼ିଆଣୀ ବେଶ ଇତ୍ୟାଦି ପ୍ରତିଯୋଗୀତାମୂଳକ ଭାବେ ଆୟୋଜନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି କହିଥିଲେ । ବିସ୍ତୃତ ଆଲୋଚନା ପରେ ଚଳିତ ମାସ ୧୯ତାରିଖରେ କାର୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ କାର୍ଯ୍ୟସୂଚୀ ଚୁଡ଼ାନ୍ତ କରାଗଲା । ୧୮ତାରିଖ ଦିନ ଗ୍ରାମ ଓ ଡ଼ଙ୍ଗା ଭସା ପାଇଁ ସ୍ଥିର ପୋଖରୀକୁ ସଫା କରାଯିବ । ୧୯ତାରିଖ ପ୍ରତ୍ୟୁଷରୁ ବିଚିତ୍ରପୁର ସନ୍ନିକଟ ଗ୍ରାମ ପୋଖରୀରେ ସାମୁହିକ ଡ଼ଙ୍ଗା ଭସା ଅନୁଷ୍ଠିତ ହେବ । ସେହି ସ୍ଥାନରୁ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇ ଗ୍ରାମ ପରିକ୍ରମଣ କରାଯିବ । ପୂର୍ବାହ୍ନ ୮ଘଟିକାରୁ ଝୋଟି ମୁରୁଜ, ହୁଳହୁଳି, ପିଠା ପ୍ରତିଯୋଗୀତା ବିଚିତ୍ରପୁର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଗ୍ରାମର ମହିଳାମାନଙ୍କ ଦ୍ୱାରା ଭାଗବତ ପଠନ କରାଯିବ । ଅପରାହ୍ନ ୨ ଘଟିକାରେ ବିଚିତ୍ରପୁର କଲ୍ୟାଣ ମଣ୍ଡପଠାରେ ଓଡ଼ିଆଣୀ ବେଶ ଓ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ପ୍ରତ୍ୟେକ ପ୍ରତିଯୋଗୀତାର ଶ୍ରେଷ୍ଠ ୦୩ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଅପରାହ୍ନରେ ଏକ ଉତ୍ସବର ଆୟୋଜନ କରାଯାଇ କାର୍ତିକ ପୂର୍ଣ୍ଣିମାର ଗାରିମା ଓ ମହତ୍ୱ ସମ୍ପର୍କରେ ଆଲୋଚନା କରାଯିବା ସହ ପୁରସ୍କାର ବଂଟନ କରାଯିବ ବୋଲି ସ୍ଥିର ହେଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସହଯୋଗ କରିବାକୁ ବିଡ଼ିଓ ଅନୁରୋଧ କରିଥିଲେ । ବୈଠକରେ ସାମାଜିକ ଶିକ୍ଷା ଅଧିକାରୀ ଅମୂଲ୍ୟ ସାହୁ, କଳାକାର ଉପଦେଷ୍ଠା ପରେଶ ଚନ୍ଦ୍ର ମହାନ୍ତି, ନଟବର ଜେନା, ଭାଗିରଥି ରଣା, କୃପାସିନ୍ଧୁ ପୃଷ୍ଟି, ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close