ସୁକିନ୍ଦାର ଚାଟଶାଳୀ ଶିକ୍ଷକ ନନ୍ଦ ସାର ମହାମାନ୍ୟ ରାଷ୍ଟ୍ରପତିଙ୍କ ଠାରୁ ପାଇଲେ ପଦ୍ମଶ୍ରୀ ସମ୍ମାନ

ସୁକିନ୍ଦା,୯ା୧୧(ପ୍ରିୟରଂଜନ ବାନାର୍ଜୀଙ୍କ ଠାରୁ): ଓଡ଼ିଶାର ଯାଜପୁର ଜିଲ୍ଲା ସୁକିନ୍ଦାର କନ୍ତିରା ଗ୍ରାମର ଶତାୟୁ ଚାଟଶାଳୀ ଶିକ୍ଷକ ନନ୍ଦ ସାର ଆଜି ଜିଲ୍ଲା ତଥା ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି । କ୍ରମାଗତ ଭାବେ ବିନା ମୂଲ୍ୟରେ ଗ୍ରାମରେ ଚାଟଶାଳୀ ପ୍ରତିଷ୍ଠା କରି ପିଲାମାନଙ୍କୁ ଶିକ୍ଷାଦାନ କରିଆସୁଥିବା ନନ୍ଦ କିଶୋର ପୃଷ୍ଟିଙ୍କୁ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ । ସେ ଆଜି ଦିଲ୍ଲୀ ଦରବାରରେ ଭାରତର ମହାମାନ୍ୟ ରାଷ୍ଟପତି ରାମନାଥ କୋବିନ୍ଦ ଠାରୁ ଏହି ସମ୍ମାନ ଗ୍ରହଣ କରି ନିଜକୁ ଗୈାରବାନ୍ୱିତ କରିବା ସଂଗେ ସଂଗେ ଧନ୍ୟ କରିଛନ୍ତି ସୁକିନ୍ଦା ମାଟିକୁ । ଜିଲ୍ଲା ତଥା ରାଜ୍ୟବ୍ୟାପି ତାଙ୍କୁ ନେଇ ଅନେକ ଗୈାରବାନ୍ୱିତ ମନେ କରିବା ସଗେ ସଂଗେ ବର୍ଷିୟାନ ନନ୍ଦ ସାରଙ୍କ ସାସ୍ଥ୍ୟକର ଜୀବନ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close