ବ୍ୟାସନଗରରେ ଦୁର୍ନୀତି ନିବାରଣ ସଚେତନତା ଓ ବିଶ୍ୱ ମିତବ୍ୟୟତା ଦିବସ ପାଳିତ

ଯାଜପୁର, ତା ୧ା୧୧: ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତାବିଶ୍ୱ ମିତବ୍ୟୟତା ଦିବସ ସ୍ଥାନୀୟ ଚୋରଦା ସ୍ଥିତ ମଂଚ କାର୍ଯ୍ୟାଳୟରେ ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁର୍ନୀତି ରୋକିବା ପାଇଁ ସବୁ ସ୍ତରରେ ପ୍ରୟାସ ହେବା ସହ ଆବଶ୍ୟକ ଅନୁଯାୟୀ ନିଜ ନିଜର ଖର୍ଚ୍ଚ କରିବାକୁ ଆହ୍ୱାନ ଦେଇଥିଲେ । ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିଦ୍ ଅଶ୍ୱିନୀ କୁମାର ଦାସ, ଲମ୍ବୋଦର ମଲ୍ଲିକ, ଅରୁଣା ଖଣ୍ଡାଇ, ଭାଗ୍ୟଧର କର, ପ୍ରଫୁଲ୍ଲ କୁମାର ନାୟକ, ଘନଶ୍ୟାମ ରାଉତ, ଆଡ଼ଭୋକେଟ ଲୋକନାଥ ରାଉତ, ବିଷ୍ଣୁଚରଣ ଓଝା, ବ୍ରଜକିଶୋର ପଣ୍ଡା ପ୍ରମୁଖ ଯୋଗ ଦୁର୍ନୀତି ନ ଥମିଲେ ବିକାଶ ସମ୍ଭବ ନୁହେଁ ବୋଲି କହିବା ସହ ସମସ୍ତେ ମିତବ୍ୟୟୀ ହେବାକୁ କହିଥିଲେ । ଶେଷରେ ସନାତନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close