ବ୍ୟାସନଗରରେ ଶାନ୍ତିପୂର୍ଣ୍ଣ କାଳୀପୂଜା ପାଇଁ ପ୍ରଶାସନର ପୂଜା କମିଟି ସହ ଆଲୋଚନା
ବ୍ୟାସନଗର, ୨୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳରେ କାଳୀପୂଜା ଏକ ଗଣପର୍ବ ରୂପେ ବିବେଚିତ ହୋଇଆସୁଛି । ହେଲେ କରୋନା ମହାମାରୀର ପ୍ରାର୍ଦୂଭାବ ପାଇଁ ଗତ ବର୍ଷ ଓ ଚଳିତ ବର୍ଷ ପୂଜା ଆୟୋଜନରେ ବହୁ କଟକଣା ଲାଗିଛି । ଜିଲ୍ଲା ପ୍ରଶାସନ କଟକଣା ମାନି ପୂଜା ସଂପନ୍ନ କରିବା ପାଇଁ ପୂଜା କମିଟିର କର୍ମକର୍ତାମାନଙ୍କୁ କହିଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଦର୍ଶ ଥାନାର ସଭାଗୃହରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଦାନଗଦି ତହସିଲଦାର ନମ୍ରତା ମୋଦି, ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଏସ.ଡି.ପି.ଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ସରକାରୀ ମାର୍ଗଦର୍ଶିକା ମାନି ପୂଜା କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ସହରର ୧୩ଟି ପୂଜା କମିଟିର କର୍ମକର୍ତାମାନେ ଭାଗ ନେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
Live Share Market