ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ ତରଫରୁ ଶ୍ରଦ୍ଧାଞ୍ଜଳି

ବ୍ୟାସନଗର, ୨୪/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, ସୁକିନ୍ଦାର କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ପୂର୍ବତନ ଫୋରମ୍ୟାନ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ୰ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ତାଙ୍କ ଅମର ସଦ୍‌ଗତି କାମନା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୋକସଭାମାନ ଅନୁଷ୍ଠିତ ହେଉଛି । ଆଜି ରବିବାର ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ ପକ୍ଷରୁ ଏକ ଶୋକସଭା ମଂଚର ସଭାପତି ଉପେନ୍ଦ୍ରନାଥ ବେଉରିଆଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ମକ୍ଟକ୍ଟ୍ରର ସଂପାଦକ ଚନ୍ଦ୍ରମଣି ସାମଲ, କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ା, ଆଡ଼ଭୋକେଟ ଲୋକନାଥ ରାଉତ, ନିକୁଂଜ ବିହାରୀ ଧଳ, ଲମ୍ବୋଦର ମଲ୍ଲିକ, ଅରୁଣା ଖଣ୍ଡାଇ, ଶିକ୍ଷାବିଦ୍ ଅଶ୍ୱିନୀ କୁମାର ଦାସ, ଯୋଗଗୁରୁ ବଟକୃଷ୍ଣ ପ୍ରଧାନ, ସନାତନ ମଲ୍ଲିକ, ବସନ୍ତ କୁମାର ବେହେରା, ଭାଗ୍ୟଧର କର ପ୍ରମୁଖ ଯୋଗ ଦେଇ ୰ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ୦୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ, ୰ ମହାନ୍ତି ମଂଚର ଜଣେ ବରିଷ୍ଠ ସଭ୍ୟ ଥିଲେ ଓ ତାଙ୍କର ଆକସ୍ମିକ ବିୟୋଗରେ କ୍ଲବର କର୍ମକର୍ତା ଓ ସଭ୍ୟମାନେ ମର୍ମାହତ ହୋଇଛନ୍ତି । ଏଠାରେ ତାଙ୍କର ବିଭିନ୍ନ ସୁଗୁଣ ଓ ସମାଜସେବା ଉପରେ ବକ୍ତାମାନେ ସ୍ମୃତିଚାରଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close