ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ ସଭା

ବ୍ୟାସନଗର, ୨୪/୧୦: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ପୂର୍ବତନ ଅଧିକାରୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଉଛି । ୰ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ତାଙ୍କ ଅମର ସଦ୍‌ଗତି ପୂର୍ବକ କିଛି ଭଲ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ‘ଉଦୟବଟ’ ଆନୁକୂଲ୍ୟରେ ଅନୁଷ୍ଠିତ ଶୋକ ସଭାରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷମାନେ ।ଗତକାଲି ଶନିବାର ସନ୍ଧ୍ୟାରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟାସନଗର ବରିଷ୍ଠ ନାଗରିକ ମକ୍ଟକ୍ଟ୍ରର ସଂପାଦକ ଚନ୍ଦ୍ରମଣି ସାମଲ, ଶିକ୍ଷାବିଦ୍ ତଥା ସମାଜସେବୀ ଅଶ୍ୱିନୀ କୁମାର ଦାସ, ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା କବୟତ୍ରୀ ବ୍ରଜେଶ୍ୱରୀ ସିଂହ, କୋରାଇ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ଇଂ. ବିଶ୍ୱଜିତ ମହାନ୍ତି, ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନାର ସଭାପତି ବସନ୍ତ କୁମାର ପାତ୍ର, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, କବୟତ୍ରୀ ସୁମିତ୍ରା ମିଶ୍ର, ସନାତନ ମଲ୍ଲିକ, ଯୁବ ସମାଜସେବୀ ଚକ୍ରଧର ମଲ୍ଲିକ, ଶ୍ରମିକ ନେତା ଅରୁଣ ଦାସ, ମନୋଜ ସାମଲ, ଆଡ଼ଭୋକେଟ ବିଦ୍ୟାଧର ମହାନ୍ତି, ଗୋଲାପ ମଲ୍ଲିକ, ଇନ୍ଦୁମତି ସାହୁ, କାଂଚନ ନାୟକ, ସୁମତି ବାରିକ ପ୍ରମୁଖ ଯୋଗ ଦେଇ ୰ ମହାନ୍ତିଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ କିପରି ଏତେ ଅନୁଷ୍ଠାନ ସହ ସଂପୃକ୍ତ ରହି ସେସବୁରେ ଏତେ ସମୟ ଦେଇ ପାରୁଥିଲେ ତାହା ଉଦାହରଣ ସୃଷ୍ଟି କରିଛି ଓ ତାଙ୍କର ସମୟାନୁବର୍ତିତା ଗୁଣ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ସୂଚନାଯୋଗ୍ୟ, ୰ ମହାନ୍ତି ‘ଉଦୟବଟ’ର ଜଣେ ପ୍ରତିଷ୍ଠିତ ପରାମର୍ଶଦାତା ଥିଲେ । ବର୍ଷତମାମ ‘ଉଦୟବଟ’ର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଅଗ୍ରଭାଗରେ ଦେଖିବାକୁ ମିଳୁଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଉଦୟବଟ’ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଚାଲୁରହିଛି ଓ ଆଗକୁ କରାଯିବାକୁ ଯୋଜନା ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close