ଗୁଲାବ ବାତ୍ୟାରେ ପୋଲ ଭୁଶୁଡ଼ିବା ପରେ , ଗ୍ରାମବାସୀ ତିଆରି କଲେ କାଠ ପୋଲ

କୋରାପୁଟ ; ୨୨/୧୦( ବ୍ୟୁରୋ ) : କୋରାପୁଟ ଜିଲ୍ଲା ପଟ୍ଟଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିୟା ପଞ୍ଚାୟତର RD ବିଭାଗ ତରଫରୁ ପୂର୍ବରୁ ତିଆରି ହାଇଥିବା ରାସ୍ତା ଓ ପୋଲ ନିର୍ମାଣ ଶେଷ ହାଇଥିବା ବେଳେ ଗୁଲାବ ବାତ୍ୟାରେ ପୋଲ ଭୁଶୁଡି ପଡିଛି,ଏହି ରାସ୍ତା RD ରୋଡ ଠାରୁ ସୁଡ଼ିଆ ମାରି ପର୍ଯ୍ୟନ୍ତ ୯କିଲୋମିଟର ଥିବା ବେଳେ, ଅଟକଳ ମୂଲ୍ୟ ୪କୋଟି ୫୦ ଲକ୍ଷଟଙ୍କା ସରକାର ଅନୁଦାନ ନିର୍ମାଣ କାର୍ଯ୍ୟ ଖର୍ଚ୍ଚ କୋରାଯାଇଛି। ପୁଣି ରାସ୍ତାରେ କଂକ୍ରିଟ କାମ କରିଛି କେଉଁଠି ପ୍ରୋଟେକ୍ସନ ୱାଲ ନାହିଁ, ପୋଲ ଭାଙ୍ଗିଛି ଖଣ୍ଡ ଖଣ୍ଡ ହୋଇ କିନ୍ତୁ ଗ୍ରାମବାସୀ ବିପଦ ସଂକଳ୍ପ ଅବସ୍ଥାରେ ଯାତ୍ରା କରୁଛନ୍ତି। ଏହି ରାସ୍ତା କୋଟିଆକୁନ୍ଦୁଲି ନାରାୟଣପାଟଣା ସଂଯୋଗ ହୋଇ ଥିବା ବେଳେ ଯାତାୟତରେ ନାନା ପ୍ରକାର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି,ଏହାକୁ ନେଇ ଗ୍ରାମବାସୀ ଠିକା ଦାର , ଯନ୍ତ୍ରୀ ଟଙ୍କା ହଡପ କରି ନିମ୍ନ ମାନର କାମ କରିଥିବା ଅଭିଯୋଗ ଆଣିଛନ୍ତି। ବାରମ୍ବାର ବିଭାଗ ଅଧିକରୀଙ୍କୁ ଅବଗତ କରିଲା ପରେ ମଧ୍ୟ ନ ଶୁଣିବାରୁ ଶୁଡିଆ ମାରି ଗ୍ରାମବାସୀ ଏକାଠି ହୋଇ ଜୀବନକୁ ବାଜି ଲଗାଇ କାଠ ପୋଲ ନିର୍ମାଣ କିରିଛନ୍ତି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close