ବ୍ୟାସନଗର ପୈାରାଂଚଳର ବରିଷ୍ଠ ସମାଜସେବୀ ଉପେନ୍ଦ୍ର ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ
ବ୍ୟାସନଗର(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ସହରର ସ୍ଥାନୀୟ ୦୩ ନଂ. ୱାର୍ଡରେ ବସବାସ କରୁଥିବା ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ଆଜି ସକାଳେ ୭୫ ବର୍ଷ ବୟସରଙ୍କ ପରଲୋକ ଘଟିଛି । ଆଜି ସକାଳେ ସେ ପାଇଖାନା ଯାଇଥିବା ସମୟରେ ପଡ଼ି ଯାଇଥିଲେ ଓ ପରେ ତାଙ୍କର ହୃଦ୍ଘାତ ହୋଇ ପରଲୋକ ଘଟିଥିବାର ଜଣାଯାଇଛି । ବ୍ୟାସନଗର ପୈାରାଂଚଳର ଏମିତି କିଛି ଅନୁଷ୍ଠାନ ନାହିଁ ଯେଉଁଠି କି ୰ ମହାନ୍ତି ଯାଇ ନାହାନ୍ତି ବା ସଂପୃକ୍ତ ନାହାନ୍ତି । ସେ ଜଣେ ସ୍ନେହୀ, ପରୋପକାରୀ ତଥା ସଚେତନ ନାଗରିକ ଥିଲେ । ଦୀର୍ଘ ବର୍ଷ ତଳୁ କାଳିଆପାଣିର ‘ଟାଟା ମାଇନ୍ସ’ରୁ ଅବସର ନେଇ ସେ ବ୍ୟାସନଗର ପୈରାଚଂଳର ୨ନଂ. ୱାର୍ଡରେ ରହୁଥିଲେ । ପରେ ସେ ୦୩ ନଂ. ୱାର୍ଡରେ ଘର କରି ସେଠାରେ ରହି ଆସୁଥିଲେ । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ବିଭିନ୍ନ ସାମାଜିକ, ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ସାମିଲ ହେଉଥିଲେ । ‘ଉଦୟବଟ’ ପରିବାରର ସେ ଜଣେ ପୁରୁଖା ବନ୍ଧୁ ଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚ, ଶହୀଦ୍ ଭଗତ୍ ସିଂ ଯୁବକ ସଂଘ, ‘ରେଳବାଇ ଡିଭିଜନ ଦାବୀ କମିଟି’ ଆଦି ବହୁ ସଂସ୍ଥାରେ ସେ ସାମିଲ ରହି ଆଗ୍ରହର ସହ କାର୍ଯ୍ୟ କରି ପରିଣତି ବୟସରଙ୍କ ଆତ୍ମ ସନ୍ତୋଷ ଲାଭ କରୁଥିଲେ । ସେ ସବୁବେଳେ ହସ ହସ ଥିଲେ ଓ ଯୁବକଙ୍କ ଠାରୁ କାର୍ଯ୍ୟ କରିବାରେ ତାଙ୍କର ଆଗ୍ରହ ବହୁ ଅଗ୍ରରେ ଥିଲା । ଜଣେ ସମାଜସେବୀ ଭାବରେ ବ୍ୟାସନଗର ସହରରେ ବେଶ୍ ସୁନାମ ଅର୍ଜ୍ଜନ କରିଥିଲେ । ତାଙ୍କର ଅଚାନକ ଦେହାନ୍ତ ହୋଇଥିବା ଖବରକୁ ଅନେକ ବିଶ୍ୱାସ କରିପାରି ନ ଥିଲେ । ଖବର ପହଚିଂବା ମାତ୍ରେ ବ୍ୟାସନଗର ସହର ଓ ଏହାର ଆଖପାଖ ଅଂଚଳରେ ଶୋକର ଛାୟା ଖେଳାଇଦେଇଥିଲା ।
ସୂଚନାଯୋଗ୍ୟ, ୰ ମହାନ୍ତି କୁଆଖିଆର ବାହାଦଲାପୁରର ମୂଳ ନିବାସୀ ଥିଲେ । ତାଙ୍କର ସଂର୍ପକୀୟ ଭାଇ ୰ ପରମାନନ୍ଦ ମହାନ୍ତି ଧର୍ମଶାଳାର ବିଧାୟକ ଥିଲେ । ସେ କିଛି ଦିନ ହେଲା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ ବି ଦୃଢ଼ ମନୋବଳ ଯୋଗୁ ପୂର୍ବବତ୍ ସମାଜସେବା କାର୍ଯ୍ୟରେ ସାମିଲ ହେଉଥିଲେ । ତାଙ୍କର ପାର୍ଥିବ ଶରୀରକୁ ଆଜି ମଧ୍ୟାହ୍ନରେ ବ୍ୟାସନଗର ସ୍ଥିତ ଶ୍ମଶାନରେ ଦାହ କରାଯାଇଥିଲା । ତାଙ୍କର ବଡ୍ର ପୁଅ ଲୁନା ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ଶବ ସତ୍କାର ସମୟରେ ଶ୍ମଶାନରେ ସାନ ପୁଅ, ୨ଝିଅ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସହରର ବହୁ ବ୍ୟକ୍ତିବିଶେଷ, ବଂନ୍ଧୁ ପରିଜନ, ଶୁଭେଚ୍ଛୁ ଆଦି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ୰ ମହାନ୍ତିଙ୍କ ବିୟୋଗରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ୰ ମହାନ୍ତିଙ୍କ ନାତି ତଥା କୋରାଇ ବିଧାୟକ ପ୍ରାର୍ଥୀ ଇଂ. ବିଶ୍ୱଜିତ୍ ମହାନ୍ତି, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସାମ୍ବାଦିକ ଜ୍ଞାନରଂଜନ ରାଉତ, ଶହୀଦ୍ ଭଗତ୍ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସଂପାଦକ ହେମନ୍ତ କୁମାର ଧିର, କଳିଙ୍ଗ ପହି, ପୁଲିନ ବିହାରୀ ଖୁଂଟିଆ, ସନାତନ ମଲ୍ଲିକ, ଗୟାଧର ବିଶ୍ୱାଳ, ‘ନୀଳାଚଳ ଇସ୍ପାତ’ର ନରହରି ମହାନ୍ତି, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ୍, ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ, ପରମାନନ୍ଦ ସେଠୀ, ନୋଟାରୀ ପବ୍ଲିକ ତଥା ରୋଟାରିଆନ୍ ଲୋକନାଥ ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।