ଯାଜପୁର ଜିଲ୍ଲା ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି ପଦବୀ ତୁରନ୍ତ ଚୟନ କରାଯିବ

ଯାଜପୁର, ୧୮ା୧୦: ଯାଜପୁର ଜିଲା କଳା ସଂସ୍କୃତି ସଂଘକୁ ଅଧିକ କ୍ରୀୟାଶୀଳ ଓ ଋଦ୍ଧିମନ୍ତ କରିବାକୁ ଜିଲାପାଳ ତଥା ଜିଲା କଳା ସଂସ୍କୃତି ସଂଘର ସଭାପତି ଜିଲାପାଳ ଚକ୍ରୱର୍ତି ସିଂ ରାଠୋର ଆହ୍ୱାନ ଦେଇଚ୍ଥନ୍ତି । ରାଜ୍ୟ ସରକାର ପାରମ୍ପରିକ ଲୋକକଳା ଓ କଳାକାରମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଚ୍ଥନ୍ତି । ସେଥିପାଇଁ ପ୍ରତି ବ୍ଳ୍‌କରେ କଳା ସଂସ୍କୃତି ସଂଘମାନ ଗଠନ କରାଯାଇଚ୍ଥି । ଯାହାର ସଭାପତି ସଂପୃକ୍ତ ବ୍ଳ୍‌କର ବି.ଡି.ଓମାନେ ରହିଚ୍ଥନ୍ତି । ତେବେ ଏହି ବ୍ଳ୍‌କ କଳା ସଂସ୍କୃତି ସଂଘର ଉପସଭାପତି ଭାବେ ଜନୈକ କଳାକାର ମନୋନୟନ ବା ନିର୍ବାଚିତ ହେବା ଜରୁରୀ ବୋଲି ଜିଲାପାଳ ଶ୍ରୀ ରାଠୋର ସୂଚନା ଦେଇଚ୍ଥନ୍ତି । ବର୍ତମାନ ଜିଲାର ୧୦ଟି ଯାକ ବ୍ଳ୍‌କରୁ ଯାଜପୁର, ଦଶରଥପୁର, କୋରାଇ ଓ ଦାନଗଦୀ ବ୍ଳ୍‌କ କଳା ସଂସ୍କୃତି ସଂଘର ଉପ ସଭାପତି ଚୟନ ହୋଇସାରିଥିବା ବେଳେ ଅନ୍ୟ ୬ଟି ବ୍ଳ୍‌କ ଯଥା- ବଡଚଣା, ଧର୍ମଶାଳା, ରସୁଲପୁର, ବରୀ, ସୁକିନ୍ଦା ଓ ବିଂଝାରପୁର ବ୍ଳ୍‌କ କଳା ସଂଘର ଉପ-ସଭାପତି ଚୟନ ପାଇଁ ପତ୍ର ଲେଖା ଯାଇଚ୍ଥି ବୋଲି ଅତିରିକ୍ତ ଜିଲାପାଳ(ରାଜସ୍ୱ) ତଥା ଜିଲା କଳା ସଂସ୍କୃତି ସଂଘର ଉପାଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି । ୧୦ଟି ଯାକ ବ୍ଳ୍‌କ କଳା ସଂସ୍କୃତି ସଂଘର ଉପ-ସଭାପତି ଚୟନ ପରେ ସେମାନଙ୍କ ମଧ୍ୟରୁ ଜଣେ ଜିଲା କଳା ସଂସ୍କୃତି ସଂଘର ଊପ-ସଭାପତି ଭାବେ କାର୍ଯ୍ୟ କରିବେ । ତେଣୁ ଏହି ୬ଟି ଯାକ ବ୍ଳକର ବି.ଡି.ଓମାନେ ତୁରନ୍ତ ବ୍ଳ୍‌କ କଳା ସଂସ୍କୃତି ସଂଘର ଉପ-ସଭାପତି ଚୟନ ନିର୍ବାଚନ ବା ମନୋନୟନ କରି ଜିଲା କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଶ୍ରୀ ମଲ୍ଲିକ ସଂପୃକ୍ତ ବି.ଡି.ଓମାନଙ୍କୁ ପରାମର୍ଶ ଦେଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close