ଯାଜପୁରରୋଡ ତାଲୁକସେବା ଆଇନ ପ୍ରାଧିକରଣ ତରଫରୁ ଆଇନସେବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର;୧୭/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ସ୍ଥାନୀୟ ରସଲପୁର ବ୍ଲକ ଲକ୍ଷ୍ମୀନଗର ପଂଚାୟତର ଲକ୍ଷ୍ମୀନଗର ୟୁପି ସ୍କୁଲ ଠାରେ ଆଜି ସକାଳ 10 ଘଟିକା ସମୟରେ ଯାଜପୁରରୋଡ ତାଲୁକସେବା ଆଇନ ସଚେତନତା କାର୍ଯ୍ୟକ୍ରମ ବରିଷ୍ଠ ଆଇନଯିବି ସୁବାଷ ଚନ୍ଦ୍ର ନନ୍ଦ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡାଙ୍କ ସୂଚନା ଅନୁଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ନନ୍ଦ କହିଥିଲେ ବେସାହାରା  ନିଷ୍ପେସିତ ଅଭାବର ଅନାଟନରେ ରହୁଥିବା ବ୍ୟକ୍ତି  ପୁତ୍ରମାନଙ୍କ ଯନ୍ତ୍ରଣାର ଶିକାର ଅସହାୟ ପିତାମାତା ଦଳିତ  ଆଦିବାସୀ  ବୟସ୍କ ଆଦି ଶ୍ରେଣୀର ଲୋକମାନଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇଦେବା ବ୍ୟବସ୍ତା ରହିଛି ।  ଏହି ଶ୍ରେଣୀର ବ୍ୟକ୍ତିମାନେ ଆଇନ ସେବା ପାଇଁ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ କାରଣ ବ୍ୟକ୍ତି ନିଜର ହକ କିଭଳି ପାଇପାରିବ ତାର ଏକମାତ୍ର ରାସ୍ତା ତାଲୁକ ଆଇନ ସେବା ବୋଲି ସୂଚନା ଦେଇଥିଲେ।  ଏହି କାର୍ଯ୍ୟକ୍ରମରେ ପାରା ଲିଗାଲ ଉଲେ ଣ୍ଡିଅସ (PLB)ର ତପନ କୁମାର ସାହୁ ଓ ଉମାକାନ୍ତ ଦାସଙ୍କ ସହିତ ଲକ୍ଷ୍ମୀନଗର ପଂଚାୟତର ଶିଶିର କୁମାର ରଥ, ସୁବଳ ସାହୁ, ଆନନ୍ଦ ସାହୁ, କାଶୀନାଥ ସାହୁ, ନଣ୍ଡା ସାହୁ, କୁନା ସାହୁ, ତପନ ସାହୁ, ସଦନନା ସାହୁ, ବାବା ଜଗନାଥ ଦାସ, ଅସିତ ଦାସ, ବସନ୍ତ ପାତ୍ର, ବାଙ୍କ ବିହାରୀ ସାହୁଙ୍କ ସହିତ 60ରୁ ଉର୍ଦ୍ଧ ବାସିନ୍ଦା ଯୋଗଦେଇ ମାଗଣାରେ ଆଇନ ବିଷୟରେ ଅବଗତ ହୋଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close