Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ବ୍ୟାସନଗରର ରୟାଲ କଳିଙ୍ଗ ହୋଟେଲ ପାଖରେ ଗୋ ମାଂସ ଜବତ

ବ୍ୟାସନଗର;୧୭/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ ):  ରବିବାର  ସ୍ଥାନୀୟ ରୟାଲ କଳିଙ୍ଗ ହୋଟେଲ ପାଖରେ ବଜରଙ୍ଗ ଦଳ ଦ୍ୱାରା ପାଖାପାଖି ୩୫ କେଜି ଗୋମାଂସ ଜବତ ହୋଇଛି। ସୂଚନାନୂଯାୟୀ କୋରେଇର ଜଣେ କଂସେଇ ନିଜ ସାଇକେଲରେ ଦୁଇଟି ବ୍ୟାଗ ଭିତରେ ପ୍ରାୟ ୩୫କେଜି ଗୋମାଂସ ନେଇ ଯାଜପୁର ରୋଡ ବିକ୍ରି କରିବାକୁ ଯାଉଥିବା ବେଳେ ଏହାର ସୂଚନା ପାଇ କୋରେଇ ପ୍ରଖଣ୍ଡ ବଜରଙ୍ଗ ଦଳର ଅଖଡା ପ୍ରମୁଖ ଅନିଲ କୁମାର ସେ ବ୍ୟକ୍ତିଙ୍କ ପଛେ ପଛେ ପିଛା କରି ଥିଲେ ଓ କୋରେଇ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ଭୂପତି ଭୂଷଣ ଦାସ ଓ ବ୍ୟାସନଗର ବଜରଙ୍ଗ ଦଳ ସଂଯୋଜକ ଶୁଶିଲ ମଲ୍ଲିକଙ୍କୁ ସୂଚନା ଦେଇଥିଲେ । ରୟାଲ କଳିଙ୍ଗ ହୋଟେଲ ପାଖରେ ତାକୁ କାବୁକରି ପଚାରିବାରୁ ସେ ତାର ନାମ ସେକ ଗାନ୍ଧୀ ଆଉ ତା ବାପାଙ୍କ ନାମ ସେକ ଫକୁ ପରିଚୟ ଦେଇଥିଲେ।

ସଂଗେ ସଂଗେ ବଜରଙ୍ଗ ଦଳର କର୍ମୀମାନେ ଏକତ୍ରିତ ହୋଇ ସେକ ଗାନ୍ଧୀକୁ ଯାଜପୁରରୋଡ ଥାନାରେ ଜିମା ଦେଇଥିଲେ । କହିଥିଲେ ଗୋମାଂସକୁ ଅହମଦ ନଗରରେ ବିକ୍ରି କରିବାକୁ ଯାଉଥିଲା। ସେହି ଗୋମାଂସକୁ ନୂଆଗଡ ମାହୋରମ ଖାଦାନ ରେ ପୋତାଯାଇଥିଲା । ସେକ ଗାନ୍ଧୀ କୁ ମେଡିକାଲ ଟେଷ୍ଟ ପରେ କୋଟ ଚାଲାଣ କରାଯିବ  ବୋଲି ସୂଚନା ରହିଛି । ବାରମ୍ବାର ବଜରଙ୍ଗ ଦଳ ଦ୍ୱାରା ଗୋ ମାତାର ସୁରକ୍ଷା ପାଇଁ ଦାବି କରାଯାଉଛି । କିନ୍ତୁ ପ୍ରଶାସନ ତରଫରୁ ଏହାର ପଦକ୍ଷେପ ନାହିଁ । ଏହିପରି ଆଗକୁ ଗୋ ହତ୍ୟା ବନ୍ଦ ନ ହେଲେ ଆଗମୀ ଦିନରେ ବଜରଙ୍ଗ ଦଳ ତାହାର ଜବାବ ଦେବ ବୋଲି ଭୂପତି କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close