କେଉଁଝରର ଆଦର୍ଶ ଶିକ୍ଷୟତ୍ରୀ ମୋହିନୀ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

କେଉଁଝର/ଭୁବନେଶ୍ୱର(ଉ.ନ୍ୟୁଜ୍ ବ୍ୟୁରୋ): କେଉଁଝର ସହରରେ ଥିବା ମୋଚ୍ଚିବନ୍ଧ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ମୋହିନୀ ମହାନ୍ତିଙ୍କ ୬୮ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ବିଳମ୍ବିତ ରାତ୍ରି ୩ଟା ୩୦ ମିନିଟ୍ ପାଖାପାଖି ସମୟରେ ଭୁବନେଶ୍ୱରର ‘ଆପୋଲୋ ହସ୍‌ପିଟାଲ’ରେ ପରଲୋକ ଘଟିଛି । ସେ ଜଣେ ଅମାୟିକ, ଛାତ୍ରବତ୍ସଳ ତଥା ଆଦର୍ଶ ଶିକ୍ଷୟତ୍ରୀ ଭାବରେ କେଉଁଝର ସହରରେ ବେଶ୍ ସୁନାମ ଅର୍ଜ୍ଜନ କରିଥିଲେ । ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମହଲରେ ପ୍ରଂଶସାଭାଜନ ହୋଇଥିଲା । ତାଙ୍କର ଦେହାନ୍ତ ହୋଇଥିବା ଖବର ପହଚିଂବା ମାତ୍ରେ କେଉଁଝର ସହର ଓ ଏହାର ଆଖପାଖ ଅଂଚଳରେ ଶୋକର ଛାୟା ଖେଳାଇଦେଇଥିଲା ।
    ସୂଚନାଯୋଗ୍ୟ, ୰ ମହାନ୍ତି କେଉଁଝରର କାଶିପୁର ନିବାସୀ ୰ ଭାସ୍କର ଚନ୍ଦ୍ର ମହାନ୍ତି ଓ ୰ କମଳୀନି ମହାନ୍ତିଙ୍କର ଜ୍ୟେଷ୍ଠ ପୁତ୍ରୀ ଥିଲେ । ସେ କିଛି ଦିନ ହେଲା ହୃଦ୍‌ରୋଗ ସମସ୍ୟାରେ ପୀଡ଼ିତ ଥିଲେ । ତାଙ୍କର ପାର୍ଥିବ ଶରୀରକୁ ଆଜି ମଧ୍ୟାହ୍ନରେ ସତ୍ୟନଗର ଶ୍ମଶାନରେ ଦାହ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ବିଶ୍ୱଜିତ୍ ମହାନ୍ତି ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ଶବ ସତ୍କାର ସମୟରେ ଶ୍ମଶାନରେ ସ୍ୱାମୀ ବଂଶୀଧର ମହାନ୍ତି, ଏକମାତ୍ର ଭଉଣୀ ତଥା ଅବସରପ୍ରାପ୍ତ ଆଇ.ଏ.ଏସ ଅଧିକାରୀ ମାନସୀ ମହାନ୍ତି, ଭିଣୋଇ ଡ଼ାକ୍ତର ଚନ୍ଦ୍ରଶେଖର ମହାପାତ୍ର, ଦିଅର ପ୍ରତାପ ମହାନ୍ତି, ପ୍ରଭଞ୍ଜନ ମହାନ୍ତି, ରବୀନ୍ଦ୍ର ମହାନ୍ତି, ସନ୍ତୋଷ ମହାନ୍ତି, ପଂଚାନନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ତାଙ୍କର ସହସ୍ରାଧିକ ଛାତ୍ରଛାତ୍ରୀ, ଅବିଭାବକ, ବଂନ୍ଧୁ ପରିଜନ, ଶୁଭେଚ୍ଛୁ ଆଦି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ସ୍ୱର୍ଗତା ମହାନ୍ତିଙ୍କ ବିୟୋଗରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ଅଜୟ କୁମାର ମହାନ୍ତି, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close