ତ୍ରିଜଙ୍ଗା ପଂଚାୟତରେ ବିଜେପିର ମହାମିଶ୍ରଣ ପର୍ବ ଅନୁଷ୍ଠିତ
କଳିଙ୍ଗନଗର/ଯାଜପୁର ; ୧୧/୧୦ (ବସନ୍ତ କୁମାର ପାତ୍ରଙ୍କଠାରୁ ) ଆଜି କଳିଙ୍ଗନଗର ଦାନଗଦି ବ୍ଲକ ତ୍ରିଜଙ୍ଗା ପଂଚାୟତରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହିମିଶ୍ରଣ ପର୍ବରେ ସିରିଆର ଖୁରିନ୍ତି ସଂସାଇଲୋ, ହୁଡ଼ିସାହି.,ଟାଟା କଲୋନୀର ଆଖପାଖରୁ ୭୦୦ଶହ ରୁ ଉର୍ଦ୍ଧ ବିଜେଡି ପରିବାର ଏବଂ ତ୍ରିଜଙ୍ଗା କଲୋନୀ ର ସଂଖ୍ୟାଲଘୁ ବସ୍ତିର ୧୨୦ରୁ ଉର୍ଦ୍ଧ ମୁରବି ଏବଂ ଯୁବକମାନେ ବିଜେଡି ଦଳକୁ ତିରସ୍କାର କରି ପ୍ରିୟ ନେତା ଡ ପ୍ରଦୀପ ବଳ ସାମନ୍ତ ଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଉପସ୍ଥିତ ଥିବା ବିଧାୟକ ପ୍ରାଥୀ ତଥା ରାଜ୍ୟ ବିଜେପି ସମ୍ପାଦକ ଶ୍ରୀଯୁକ୍ତ ଆମର ନାୟକ.,ଧର୍ମଶାଳାର ଲଢ଼ୁଆନେତ୍ରୀ ଶ୍ରୀମତୀ ସ୍ମୃତିରେଖା ପହି ଏବଂ ବିଜେପି ରାଜ୍ୟ ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ରାୟ ,ଯାଜପୁର ଜିଲ୍ଲା ବିଜେପି ଉପସଭାପତି ଶ୍ରୀମତୀ ଦୀପ୍ତିରେଖା ମିଶ୍ର,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଧାଂଶୁ ଭଞ୍ଜ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତରାଜ, ଜିଲ୍ଲା ଆଦିବାସୀ ମୋର୍ଚା ସଭାପତି ରାଜେନ୍ଦ୍ର କାଲୁଣ୍ଡିଆ, ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଧୀର, ହଳଧର ନାୟକ ଓ ସରୋଜ ବାରିକ ଙ୍କ ସହିତ ବହୁ ଛାମୁଆ ସଂଗଠକ ଙ୍କ ଗ୍ରହଣରେ ଭାରତୀୟ ଜନତା ପାଟିରେ ବିଧିବଦ୍ଧ ଭାବେ ଯୋଗଦାନ କଲେ।