କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ପ୍ରଭାତଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କା

ଯାଜପୁର, ୬ା୧୦: କୋଭିଡ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ସ୍ୱର୍ଗତ ପ୍ରଭାତ କୁମାର ରାଉତରାୟଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି । ଏହି ଅର୍ଥ ଜିଲ୍ଲାପାଳ, ଯାଜପୁରଙ୍କ ମାଧ୍ୟମରେ ସ୍ୱର୍ଗତ ରାଉତରାୟଙ୍କ ବିଧବା ପତ୍ନୀ ମଞ୍ଜୁଲତା ରାଉତରାୟଙ୍କ ଆକାଉଣ୍ଟକୁ ଇଲେକ୍ଟ୍ରୋନିକ୍ସ ଟ୍ରାନ୍ସପଂର ମାଧ୍ୟମରେ ପ୍ରଦାନ କରାଯାଇଚ୍ଥି । ଗତ ସୋମବାର ଅପରାହ୍ନରେ ସ୍ୱର୍ଗତ ରାଉତରାୟଙ୍କ ପୁତ୍ର ଅର୍ଣ୍ଣବ କୁମାର ରାଉତରାୟ ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋରଙ୍କୁ ଏହି ଅର୍ଥ ପ୍ରାପ୍ତି ସ୍ୱୀକାର ପତ୍ର ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କର ଏହି ସହାୟତା ଆମ ପରିବାରକୁ ଅନେକ ସାହାଯ୍ୟ କରିବା ସହ ଅସୁସ୍ଥ ମା’ଙ୍କର ଚିକିତ୍ସାରେ ବିନିଯୋଗ କରାଯିବ ବୋଲି ଅର୍ଣ୍ଣବ କହିବା ସହ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close