କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ

ଯାଜପୁର; ୦୭/୧୦( ବ୍ୟୁରୋ) : ଉତ୍ତରପ୍ରଦେଶରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ଗିରଫଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରିୟଙ୍କା ଲକ୍ଷ୍ମୀପୁର ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହାର ପ୍ରତିବାଦ କରି ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ଛକରେ ବିକ୍ଷୋଭ କରିଥିଲେ। ଆନ୍ଦୋଳନ କରୁଥିବା ୮ ଜଣ କୃଷକ ଗାଡି ଧକ୍କାରେ ମୃତ୍ୟୁ ବରଣ କରିବା ପଛରେ ଜଣେ ରାଜନେତାଙ୍କ ପୁତ୍ରଙ୍କ ସମ୍ପୃକ୍ତି ଥିଲେବି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରା ଯାଇ ସେହି ସ୍ଥାନକୁ ଯାଉଥିବା ପ୍ରିୟଙ୍କାଙ୍କୁ ଗିରଫ କରିବା ଅସାମ୍ବିଧାନିକ ବୋଲି କୁହାଯାଇଛି। ଉତ୍ତରପ୍ରଦେଶରେ ତାଲିବାନି ଶାସନ ଚାଲିଥିବା ଅଭିଯୋଗ କରି କଂଗ୍ରେସ କର୍ମୀ ଓ ନେତାମାନେ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ତେଣୁ ତୁରନ୍ତ ପ୍ରିୟଙ୍କା ଗାନ୍ଧୀଙ୍କୁ ଖଲାସ କରିବା ପାଇଁ କଂଗ୍ରେସ ନେତାମାନେ ଦାବି କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତଳିକା ଦାହ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close