ଯାଜପୁରରୋଡ ତାଲୁକ ଆଇନସେବା ପକ୍ଷରୁ ‘ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ’ ପାଳିତ

ବ୍ୟାସନଗର, ୦୨/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ଼ ତାଲୁକ ଆଇନସେବା କମିଟି ଦ୍ୱାରା ସ୍ଥାନୀୟ ଚୋରଦା ସ୍ଥିତ ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ‘ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ତାଲୁକ ଆଇନସେବା ଅଧ୍ୟକ୍ଷ ତଥା ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ (ଏ.ଡି.ଜେ) ମାନ୍ୟବର ଶ୍ରୀଯୁକ୍ତ ମାନସ କୁମାର ପଣ୍ଡା ଉଦ୍‌ଘାଟନ କରି ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଯାଜପୁରରୋଡ ତାଲୁକ ଆଇନସେବା କମିଟି ମାଧ୍ୟମରେ ନ୍ୟାୟାଳୟରେ ସେମାନଙ୍କର ବିଭିନ୍ନ ଆଇନଗତ ସେବା ପାଇଁ ଥିବା ସହଯୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଯାଜପୁରରୋଡ କୋର୍ଟର ସବ୍‌ଜଜ୍ ମାନ୍ୟବର ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର, ମୁନସଫ ମାନ୍ୟବର ସୁଶ୍ରୀ ଶ୍ରୃତି ସ୍ୱରୂପା ସାହୁ ଏବଂ ୧ମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ୍ ମାନ୍ୟବର ସୁଶ୍ରୀ ଅଙ୍କିତା ଶର୍ମା ବରିଷ୍ଠ ନାଗରିକମାନଙ୍କର ଅନ୍ୟାନ ଆଇନଗତ ସେବା ଉପରେ ଆଲୋଚନା କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଆଇନଜୀବୀ ରାମଚନ୍ଦ୍ର ପହି, ତାଲୁକ ଆଇନସେବାର ପ୍ୟାନେଲ ଆଡ୍‌ଭୋକେଟ ଶୁଭେନ୍ଦୁ ଦାଶ ଓ ପ୍ରଦୀପ କୁମାର ସ୍ୱାଇଁ ଯୋଗ ଦେବା ସହ ମଂଚର ଅନ୍ୟାନ କର୍ମକର୍ତା ସର୍ବଶ୍ରୀ ଇଂ. କମଳଲୋଚନ ସାହୁ, ଅଚ୍ୟୁତାନନ୍ଦ ମହାନ୍ତି, ଅରୁଣା ଖଣ୍ଡାଇ, କୁମୁଦୀନି ରାଉତ, ଗୈାରୀ ଦାସ, ସମାଜସେବୀ ଦୁଷ୍ମନ୍ତ କୁମାର ରାଉତ, ହେମନ୍ତ କୁମାର ଧିର, ଦାମୋଦର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମଂଚର ଉପଦେଷ୍ଟା ତଥା ବରିଷ୍ଠ ଆଡଭୋକେଟ ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close