ମୋ’ ସ୍କୁଲ ଅଧ୍ୟକ୍ଷାଙ୍କ ଯାଜପୁର ଗ୍ରସ୍ତ, ବ୍ୟାସନଗରର ସର୍ବପୁରାତନ ଏନ୍‌. ସି ହାଇସ୍କୁଲ ପରିଦର୍ଶନ

ବ୍ୟାସନଗର, ୨୮/୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାକୁ ଆଜି ମୋ’ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ନେତୃତ୍ୱରେ ଏକ ଟିମ୍ ପରିଦର୍ଶନରେ ଆସି ସ୍ୱାଧିନତା ପୂର୍ବର ତଥା ବ୍ୟାସନଗରର ସର୍ବପୁରାତନ ଏନ୍‌. ସି ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ଏହା ପରେ ସେ ପାଣିକୋଇଲି ସ୍କୁଲକୁ ମଧ୍ୟ ପରିଦର୍ଶନରେ ଯାଇଥିଲେ । ଏନ୍‌. ସି ହାଇସ୍କୁଲର କେତେକ ପୁରାତନ ଛାତ୍ରଙ୍କ ସହ ବିଦ୍ୟାଳୟ ବିଷୟରେ ଆଲୋଚନା କରିବା ସହ ପୁରାତନ ଛାତ୍ର ସଂସଦ ଆଦି ୧ଗୁଣ ଅର୍ଥ ଦେଲେ ସରକାର ଆଉ ୦୨ ଗୁଣ ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ଯୋଗାଇ ଦେବେ ବୋଲି କହିଥିଲେ । ଶିକ୍ଷକ ନେତା ଡ଼ଃ. ଦୁଷ୍ମନ୍ତ କୁମାର ନାୟକ, ଶାରଦା ଦାସ, ସାମ୍ବାଦିକ କୈଳାସ ରାଉତ ପ୍ରମୁଖ ବିଦ୍ୟାଳୟର ସମସ୍ୟା ଉପରେ ଟିମ୍‌ର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଟିମରେ ମୋ’ ସ୍କୁଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମରଜିତ୍ ଜେନା, ଶୋଭା ପାଲିତ୍‌, ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି ପ୍ରମୁଖ ସାମିଲ ଥିଲେ । ସୂଚନାଯୋଗ୍ୟ, ରାଜ୍ୟର ୩୦ଟି ଜିଲ୍ଲାରେ ୩୦ଟି ଜିଲ୍ଲା ସ୍ତରୀୟ କମିଟି (ଡି.ଏଲ.ସି) ରହିଛି । ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି କମିଟିର ଆବାହକ ଅଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close