ଯୁବ ସମାଜସେବୀ ସିର୍ଦ୍ଧାଥ ଶଙ୍କର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆଜି

ଯାଜପୁର, ୨୪/୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଟାଉନ ଓ ଯାଜପୁର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଯୁବ ସମାଜସେବୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂର୍ପକୀୟ ଭାଇ ସିର୍ଦ୍ଧାଥ ଶଙ୍କର ଦାସ (ଧଇନ)ଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଆଜି ସ୍ଥାନୀୟ ଲଳିତେଶ୍ୱରନଗର ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ସକାଳୁ ସକାଳୁ ନାମ ଗୀତା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂନ୍ଧ୍ୟାରେ ନାମ ସଂକୀର୍ତନ ଅନୁଷ୍ଠିତ ହେବ । ବହୁ ବ୍ୟକ୍ତିବିଶେଷ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ, ୰ ଧଇନ ବାବୁ ଜଣେ ଆଗଧାଡ଼ିର ସମାଜସେବୀ ଥିଲେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଇ ଖରାରେ, ବର୍ଷାରେ ଭିଜି, ବନ୍ୟା ପାଣିରେ ପଶି ଅସୁବିଧାରେ ଥିବା ଦୁର୍ଗତମାନଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ନିକଟରେ ଖାଦ୍ୟ, ପାଣି, ଔଷଧ ଆଦି ପହଚାଂଉଥିଲେ । ହେଲେ ଦୁଭାର୍ଗଜନକ ଭାବେ ଏପରି ସମାଜସେବୀଙ୍କୁ ବିଧିର ବିଧାନ ଜନତାଙ୍କ ଠାରୁ ବିୟୋଗ କରିଦେଇଥିଲା । ଗତ ବର୍ଷ ସେ ଥଣ୍ଡା ଜ୍ୱରରେ ପ୍ରପୀଡ଼ିତ ଥାଇ ମଧ୍ୟ ବନ୍ୟା ବିପନ୍ନଙ୍କୁ ରିଲିଫ୍ ଯୋଗାଇ ଦେବାକୁ ବୋଟରେ ଯାଇ ଭିଜି ଯିବା ପରେ ଜ୍ୱର ବଢ଼ିଯାଇଥିଲା ଓ ସେ ‘କରୋନା’ରେ ଶିକାର ହୋଇଥିଲେ । ପରବର୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କ ବିୟୋଗରେ ସେତେବେଳେ ଜିଲ୍ଲା ବ୍ୟାପି ଶୋକର ଛାୟା ଖେଳିଯାଇଥିଲା । ଆଜି ତିଥି ଅନୁସାରେ ତାଙ୍କର ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହେଉଛି । ଏଥିରେ ବହୁ ବ୍ୟକ୍ତିବିଶେଷ ଯୋଗଦାନ କରୁଥିବାର ଜଣାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ତାଙ୍କର ଭାଇ ଦେବଦତ ଦାସ (ପୁତୁଲା), ସଂର୍ପକୀୟ ଭାଇ ତଥା ପୂର୍ବତନ ଯାଜପୁରର ନଗରପାଳ ଭବପ୍ରକାଶ ଦାସ (ଲଲ), ଭିଣୋଇ ଅଜୟ କୁମାର ମହାନ୍ତି ପ୍ରମୁଖ ସଂପାଦନ କରୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close