ଚଣ୍ଡିଖୋଲ କୋର୍ଟ ପକ୍ଷରୁ ଏକ ଆଇନ୍ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ

ଯାଜପୁର ; ୨୩/୦୯ (ବ୍ୟୁରୋ) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟରେ ଥିବା ତାଲୁକ ଆଇନ୍ ସେବା କେନ୍ଦ୍ର ପକ୍ଷରୁ ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଇନ୍ ସାକ୍ଷରତା ଓ ସଚେତନତା ଶିବିର ସେବା କେନ୍ଦ୍ରର ଅଧ୍ୟକ୍ଷ ତଥା ଜେଏମଏଫସି ଏବଂ କନିଷ୍ଠ ବିଚାରପତି ସୌମ୍ୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜେଏମଏଫସି ସୁଶ୍ରୀ ତସଲିମା ଦାସ, ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନର ପୂର୍ବତନ ସମ୍ପାଦକ ଉଦୟନାଥ ସାହୁ, ଆଇନଜୀବି କୈଳାସ ଚନ୍ଦ୍ର ସାମଲ, ସୁଢ଼ଳ କବି, ଲିଗାଲ ଏଡ୍ ରିଟେନର ଲୋମାରାଣୀ ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସେମାନଙ୍କର ଆଇନିଗତ ଅଧିକାର ଉପରେ ସଚେତନ କରାଇଥିଲେ । ଏହି ଅବସରରେ ଆଇନ୍ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଭିଡ଼ିଓ ମଧ୍ୟ ସେଠାରେ ପ୍ରଦର୍ଶନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବ ପ୍ରସାଦ ମଲ୍ଲ, ସହକାରୀ ଶିକ୍ଷକ ବିରଞ୍ଚି ନାରାୟଣ ପରିଡ଼ା ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଭାକର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ତାଲୁକ ଆଇନ୍ ସେବା କେନ୍ଦ୍ରର ସମ୍ପାଦକ ସୌମ୍ୟ ରଞ୍ଜନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶବର ସଂଘର ନେତା କୃଷ୍ଣଚନ୍ଦ୍ର ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close