ପାଣିକୋଇଲି-ରଗଡ଼ି ଆର ଆଣ୍ଡ ବି ରାସ୍ତାର ଧନପୁର ବଙ୍କାଣୀ ତ୍ରୃଟି ସୁଧାରିବା ପାଇଁ ଦାବୀ

ପାଣିକୋଇଲି, ୧୮/୯ (ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲାର ଆର ଆଣ୍ଡ ବି ବିଭାଗ ଏକଦା ସାରା ଓଡ଼ିଶାରେ କାମ ଦାମ ପାଇଁ ବେଶ ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ବହୁ କାମ ଲୋକଙ୍କ ଆବଶ୍ୟକତା ମତେ ହେଉ ନ ଥିବାର ଦେଖାଯାଉଛି । ଯେପରିକି, ପାଣିକୋଇଲି-ରଗଡି ରାସ୍ତାର ୦୩ କି.ମି ଅର୍ଥାତ୍ ଧନପୁର ଠାରେ ଥିବା ବଙ୍କାଣୀ । ଏହି ବଙ୍କାଣୀଟି ଏପରି ତ୍ରୃଟିପୂର୍ଣ୍ଣ ହୋଇଛି ଯେ ପ୍ରତି ବର୍ଷ ଏଠାରେ ବହୁ ଥର ଦୁର୍ଘଟଣାମାନ ଘଟେ ଏ ଏଥିରେ ବହୁ ଲୋକ ଜଖମ ହେବା ସହ କେହିନା କେହି ମୃତ୍ୟୁମୁଖରେ ପଡିଥାନ୍ତି । ଏହି ମରଣଯନ୍ତା ପାଲଟିଥିବା ବଙ୍କାଣୀର ତ୍ରୃଟି ସୁଧାରିବା ପାଇଁ ବହୁ ସମୟରେ ଦାବୀ ହେଉଥିବା ବେଳେ କିଛି କାର୍ଯ୍ୟାନୁଷ୍ଠାନ ନ ନିଆଯିବା କାରଣରୁ ଗତ କିଛି ଦିନ ତଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଅଦ୍ୟାବଧି ଚିକିତ୍ସାଧିନ ଅଛନ୍ତି । ଏଠାରେ ରାସ୍ତାର ଡିଜାଇନ ପରିବର୍ତନ କରାଯିବା ସହ ଉଭୟ ଦିଗରୁ ହମ୍ପ୍ସ ନିର୍ମାଣ ସହ ଏଗୁଡିକ ଚାଳକମାନଙ୍କ ଦୃଷ୍ଟିଗୋଚର ହେବା ପାଇଁ ଏହା ଧଳା ଜିଙ୍କ୍ ପେଂଟର ପ୍ରଲେପ ଭଲ ଭାବରେ ଦିଆଯିବା ଉଚିତ୍ । ଏହାଛଡା ଏହି ମୋଡାଣୀ ପୂର୍ବରୁ ଉଭୟପଟରୁ ୨ଟି ହୋର୍ଡିଙ୍ଗ ଲଗାଯାଇ ଏହାକୁ ଦୁର୍ଘଟଣା ପ୍ରବଣ ସ୍ଥଳୀ ବୋଲି ସୂଚିତ କରାଯାଉ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close