ଧର୍ମଶାଳାର ବନ୍ୟାଚଂଳ ସମସ୍ୟା ନେଇ ବିଷୋଦଗାର କଲେ ସତୀଶ

ଯାଜପୁର,୧୭/୦୯: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆ, ପାଟପୁର, କୋତପୁର, ଅରେଇକଣା, ମିର୍ଜାପୁର, କଂଟିଗଡିଆ ଆଦି ବହୁ ପଂଚାୟତରେ ପ୍ରତି ବର୍ଷ ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହେଉଛି । ବନ୍ୟା ପ୍ରତିରୋଧ ପାଇଁ କୌଣସି ମାଷ୍ଟରପ୍ଲାନ କରାଯାଉ ନାହିଁ । କେବଳ ରାଜନୈତିକ ଇଛାଶକ୍ତିର ଅଭାବ ପାଇଁ ଧର୍ମଶାଳାର ଏହି ବନ୍ୟାଚଂଳ ଲୋକଙ୍କ ଧନ ଓ ଜୀବନ ପ୍ରତିବର୍ଷ ବିପନ୍ନ ହେଉଛି ବୋଲି ବିଷୋଦଗାର କରିଛନ୍ତି ବି.ଜେ.ଡି ନେତା ସତୀଶ ବିଶ୍ୱାଳ
ଚା ସତୀଶଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ଏହି ଅଂଚଳ ଗ୍ରସ୍ତ କରି କେଲୁଅ ନଦୀର ବନ୍ୟାରେ ସର୍ବସ୍ୱ ହରାଇଥିବା ଚାଷୀ ଓ ସାଧାରଣ ଜନତାଙ୍କୁ ଭେଟିଥିଲେ । ଏହିସବୁ ଅଂଚଳରେ ବନ୍ୟାଜଳକୁ ରୋକାଯିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଗଲେ ଏହାର ସଫଳ ରୂପାୟନ ହୋଇପାରିବ । ନବୀନ ପଟ୍ଟନାୟକଙ୍କ ସରକାର ଚାଷୀ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା ପାଇଁ ସଂପୂର୍ଣ୍ଣ ଯତ୍ନବାନ ଅଛି ହେଲେ ଧର୍ମଶାଳାରେ ଏହାର ସଫଳ ରୂପାୟନ ହୋଇ ପାରୁନାହିଁ ବୋଲି ସତୀଶ ଅଭିଯୋଗ କରିଛନ୍ତି । ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ସଫଳ ରୂପାୟନ ଏବଂ ଧର୍ମଶାଳାର ସ୍ୱାର୍ଥରକ୍ଷା ପାଇଁ ଏଭଳି ରାଜନୈତିକ ସ୍ଥାଣୁତା ଓ ଅପାରଗତାର ପ୍ରତିବାଦ କରିବାକୁ ପଡିବ । କେବଳ ଠିକାଦାର ସର୍ବସ୍ୱ କାର୍ଯ୍ୟ ଚାଲିଥିବାରୁ ଅନେକ ସ୍ଥାନରେ ନଦୀବନ୍ଧ ମରାମତି, ପଥର ପ୍ୟାକିଂ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଚାଲିଛି । ସେହିପରି କେତୋଟି ସ୍ଳୁଇସ ଗେଟ ପାଇଁ ମଧ୍ୟ ଚାଷୀମାନେ ଦୂରାବସ୍ଥା ଭୋଗୁଥିବା ବେଳେ ଉକ୍ତ କାର୍ଯ୍ୟ କରାଯାଉ ନାହିଁ । ସାନରାଇପଡାରେ କେଲୁଅ ନଦୀବନ୍ଧ ପଥରପ୍ୟାକିଂ କାର୍ଯ୍ୟରେ ଆଖିବୁଜା ଦୁର୍ନିତି ହୋଇଥିବାରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ଅଂଚଳରେ କେତେକ ଘେରିବନ୍ଧକୁ ସଂପୂର୍ଣ୍ଣ କରନଯାଇ ଅଧାଗଢା କରାଯାଇ ରଖାଯାଇଛି । ସେଥିପାଇଁ ଭଗବାନପୁର ଏବଂ ସାନ ନିହ ନଙ୍ଗରା ପାଟରେ ପ୍ରତିବର୍ଷ ଫସଲ ନଷ୍ଟ ହେଉଛି । ପଟୁଣିଆ, ପାଟପୁର ପରି ପଂଚାୟତରେ ବନ୍ୟାରେ ପ୍ରତିବର୍ଷ କ୍ଷତି ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତିରେ ପହଂଚିଛି । ଏବେ ଧାନ ଜମିରେ ପାଚିଲା ଧାନ ଯେପରି ଭାବେ ବନ୍ୟାଜଳ ଭିତରେ ରହି ପଚିଗଲା, ତାହା ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ପଟୁଣିଆ ପରି ପଂଚାୟତର ପ୍ରତ୍ୟେକ ଗ୍ରାମର ଚାଷୀ ତାଙ୍କର ସର୍ବସ୍ୱ ହରାଇବା ପରେ ବି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀକୁ ଆବଶ୍ୟକ କ୍ଷତି ପୂରଣ ବିଧି ଅନୁସାରେ ପ୍ରଦାନ କରାଯାଉ ନାହିଁ । ଅନ୍ୟ ପଂଚାୟତ ଗୁଡିକରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି । ରାଜନୈତିକ ଆକ୍ରୋଶରେ ପ୍ରଶାସନିକ ଷଡଯନ୍ତ୍ର କରାଯାଇ ଏହିସବୁ ପଂଚାୟତର ଚାଷୀମାନଙ୍କ ପ୍ରତି ଏଭଳି ଅବିଚାରକୁ ଆଉ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ହେଲେ ଏହାର ପ୍ରତିବାଦରେ ବଡ ଧରଣର ଚାଷୀ ଆନ୍ଦୋଳନ କରାଯିବା ସହ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ ବୋଲି ସତୀଶ ଚେତାବନୀ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close