ରେଳଧାରଣା ପାର ହେଉଥିବା ବେଳେ ଯାଜପୁରରୋଡ ସାପଗଡିଆ ଅଂଚଳର ଜଣେ ଦରଜୀ ମୃତ
ବ୍ୟାସନଗର, ୧୭/୯: ଆଜି ଏକ ଅସ୍ୱାଭାବିକ ଘଟଣା ଘଟିଛି ଯାଜପୁରରୋଡର ସାପଗଡ଼ିଆ ଅଂଚଳରେ । ଏଠାରେ ରହୁଥିବା ଜଣେ ଦରଜୀ ଏସ.କେ ଜାଫର (୬୫ବର୍ଷ) ରେଳଧାରଣା ପାର ହୋଇ ଚୂନଭାଟି ପ୍ଲଟକୁ ଯାଉଥିବା ବେଳେ ଭଦ୍ରଖ ପଟୁ ଆସୁଥିବା ଏକ ଟ୍ରେନରେ କଟିଯାଇଥିଲେ । ତାଙ୍କୁ କିଛି ଯୁବକ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Live Share Market