‘ଆର ଆଣ୍ଡ ବି ବିଭାଗ’ର ଉଦାସୀନତା, ରାସ୍ତା ନିର୍ମାଣରେ ଅନିୟମିତତା, ମିଲିଟାରୀ ଛକ-ଚାନ୍ଦମା ଗୋଲେଇ ଛକ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ବ୍ୟାସନଗର, ୧୭/୯(ପ୍ରଦୀପ କୁମାର ବାରିକଙ୍କ ଠାରୁ): ସରକାର ଯୋଜନା ଉପରେ ଯୋଜନାମାନ କରୁଛନ୍ତି । ଅଜସ୍ର ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଏ ଟଙ୍କା ଠିକ୍ ଭାବରେ ଖର୍ଚ୍ଚ ହେଉଛି କି ନାହିଁ ତାହାକୁ କ୍ୱଚିତ୍ ସରଜମିନ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଭିଜିଲାନ୍ସ, କ୍ୱାଲିଟି କଟ୍ରୋଂଲ ଆଦି କେହି କିଛି ସମୟୋଚିତ ପଦକ୍ଷେପ ନେଉ ନାହାନ୍ତି ପ୍ରାୟତଃ । ନିକଟରେ କରୋନା ମୁକାବିଲା ପାଇଁ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା । ତା’ର ସ୍ୱାଦ ବାରି ହେଲା ନାହିଁ । ଏ ଟଙ୍କା କୁଆଡେ ଗଲା, ଖର୍ଚ୍ଚ ହେଲା ନା ନାହିଁ, କିଏ ଖାଇଲା ତା’କୁ ନେଇ ଜନସାଧାରଣରେ ତର୍କ ବିତର୍କ ଲାଗି ରହିଛି । ଅଧିକାଂଶ ସ୍ଥାନରେ ଲୋକ ବଦଳରେ ଅବାଧରେ ମେସିନ କାମ କଲେ ଓ କରୁଛନ୍ତି ମଧ୍ୟ । ବହୁ ବିଭାଗରେ ଜେ.ଇଙ୍କ ନାମରେ କାମ । ଜେ.ଇମାନେ ୟା ତା’ ନାମରେ ଟଙ୍କା ଉଠାଇ ଚଳୁ କରୁଛନ୍ତି ଯୋଜନାର ସିଂହଭାଗ । ପୁନଶ୍ଚ, ବର୍ଷ ବର୍ଷର ଦାବୀ ସତ୍ୱେ ଜନସାଧାରଣଙ୍କ ସକାଶେ ଏହି ଅଂଚଳରେ ଭଲ ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ । ନିମ୍ନମାନର ଓ ବେପରୁଆ ନିର୍ମାଣ ଜିଲ୍ଲାର ବହୁ ସ୍ଥାନରେ ଦେଖିବାକୁ ମିଳିଛି । ଅନ୍ୟ ଜିଲ୍ଲାରେ ଅପେକ୍ଷାକୃତ ଭଲ ନିର୍ମାଣ ଦେଖିବାକୁ ମିଳେ; ଯଥା-ଗଂଜାମ ଜିଲ୍ଲା । ବର୍ଷ ବର୍ଷ ଧରି ବାଦବିବାଦ ଭିତରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସ୍ଥାନୀୟ ଯାଜପୁରରୋଡର ନୂଆଗଡ଼ (ଚାନ୍ଦମା ଗୋଲେଇ ଛକ)ରୁ ଦାନଗଦିର ମିଲିଟାରୀ ଛକ ପର୍ଯ୍ୟନ୍ତ ଯାଇଥିବା ପୂର୍ତ ବିଭାଗର ରାସ୍ତା । ଯନ୍ତ୍ରୀମାନେ କିଭଳି ଗାଇଡଲାଇନ ଓ ସ୍ପେସିଫିକେସନ୍‌ରେ କାମ କରାଇଲେ ଯେ ରାସ୍ତା ନିର୍ମାଣ ହେବାର କେଇଟା ଦିନରେ ଦବିବା ସହିତ ଫାଟି ଆଁ କଲା । କିଛି ଦିନ ତଳେ ଗଣମାଧ୍ୟମରେ ଏ ନେଇ ହଇଚଇ ଖବର ପ୍ରକାଶ ପରେ ତ୍ରୁଟି ଲୁଚାଇବା ପାଇଁ ତା’ଉପରେ କ୍ୱାରୀ ଡଷ୍ଟ ଆଦି ପକାଇ ଦିଆଗଲା । ଏବେ ପୁଣି ପୋଲ ପାଖ ଦବି ଆଁ କରିଛି । ରାଣୀପଡ଼ା ପାଖରେ ଏହା ଦବିଛି ଓ ଏହାର ଫଟୋ ଦିଆଯାଇଛି । ରାସ୍ତାରେ କଳିଙ୍ଗନଗରରୁ କେଉଁଝର ମଧ୍ୟରେ ଭାରୀଯାନ ଚଳାଚଳ କଲେ ଅବସ୍ଥା କ’ଣ ହେବ ଏଥିନେଇ ଆଶଙ୍କା ପ୍ରକାଶ ପାଇଛି । ଉଚ୍ଚ କର୍ତୃପକ୍ଷ ଏହା ୁପରେ ତଦନ୍ତ କରି ଠିକଣା ପଦକ୍ଷେପ ନେବାକୂ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close