ଝୋଟ ନିର୍ମିତ ହସ୍ତକଳା ଗ୍ରାମୀଣ ମହଳିାଙ୍କୁ ରୋଜଗାରର ବାଟ ଦେଖାଇବ ନାବରାରେ ଶେଷ ହେଲା ୨୬ ଦନିିଆ ଡିଜାଇନ୍ କମର୍ଶାଳା

ବସ୍ତା, (ଉ.ନ୍ୟୁଜ୍ ବ୍ୟୁରୋ): ଭଳିକି ଭଳି ଡିଜାଇନର ଝୋଟ ନିର୍ମିତ ବ୍ୟାଗ ଏବେ ଲୋକଙ୍କର ବହୁଳ ଆଦୃତି ଲାଭ କରୁଛି । ଆଗାମୀ ଦିନରେ ପରିବେଶ ଉପଯୋଗୀ ଝୋଟ ବ୍ୟାଗ ପ୍ଲାଷ୍ଟିକ ବ୍ୟାଗର ସ୍ଥାନ ନେବାକୁ ଯାଉଛି । ସମୟର ଆବଶ୍ୟକତା ଦୃଷ୍ଟିରେ ରଖି ଝୋଟ ବ୍ୟାଗ ତିଆରି କରିପାରିଲେ ଅନେକ ଗ୍ରାମୀଣ ମହିଳା ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି । ବାଲେଶ୍ୱର ଜିଲା୍ଲ ବସ୍ତା ବ୍ଳକ ନାବରାଠାରେ ନିକଟରେ ଆୟୋଜିତ ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପନ ମହୋତ୍ସବର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହି ମତ ଦେଇଛନ୍ତି । ସୂଚାନା ଥାଉକି, ନାବରାଠାରେ ୫୦ ଜଣ ଗ୍ରାମୀଣ ମହିଳାଙ୍କୁ ନେଇ ଦୀର୍ଘ ୨୬ ଦିନ ବ୍ୟାପୀ ଏକ ଝୋଟ ଡିଜାଇନ କର୍ମଶାଳାର ଆୟୋଜନ କରାଯାଇଥିଲା । ଗ୍ରାମୀଣ ମହିଳାମାନଙ୍କୁ ହସ୍ତକଳା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ଗ୍ରାମାଂଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ଥିଲା ମୂଳ ଲକ୍ଷ । ଏହି କର୍ମଶାଳାରେ ନାବରା ଓ ତା’ର ଆଖପାଖ ଗ୍ରାମର ମହିଳାମାନେ ଅଂଶଗ୍ରହଣ କରିଥିଲେ । ୨୬ଦିନର ତାଲିମ ମଧ୍ୟରେ ସେମାନେ ଝୋଟ ବ୍ୟବହାର କରି ଭଳିକି ଭଳି ପେନ ଷ୍ଟାଣ୍ଡ, ଫୁଲଦାନୀ,ଝୁମର, ଓାଲ ହ୍ୟାଂଗିଂଗ, ପାପୋଛ, ଫ୍ଲାଓର ବୁକେ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିକାରୀ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ତତ୍‌ସହିତ ପ୍ରଶିକ୍ଷାର୍ଥୀମାନଙ୍କୁ ଝୋଟ କପଡାରୁ ବ୍ୟାଗ ଯଥା ଲ୍ୟାପଟପ ବ୍ୟାଗ, ଭ୍ୟାନିଟ, ଫୋଲଡର, ଟିଫିନ ବ୍ୟାଗ, ଓାଟର ବୋଟଲ ବ୍ୟାଗ ଆଦି ତିଆରିର କଳାକୈାଶଳ ଶିଖାଯାଇଥିଲା । ତତସହିତ ବଜାର ଚାହିଦା ଅନୁସାରେ କଳାକୃତି ଗୁଡିକର ରଂଗ କରିବା ଓ ସେଗୁଡିକ ଉପରେ ସ୍କ୍ରିନ ପ୍ରିଂଟି କରି ଆକର୍ଷଣୀୟ କରାଇବା ସଂପର୍କରେ ମଧ୍ୟ ତାଲିମ ଦିଆଯାଇଥିଲା । ବାଲେଶ୍ୱର ଜିଲ୍ଲାର ମହିଳା ଡିଜାଇନର ମିନତି ବର ଏହି କର୍ମଶାଳାର ଡିଜାଇନର ବା ପ୍ରଶିକ୍ଷକ ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ । ନୂତନ ଉଦ୍ୟୋଗୀ ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱନକୁ ସଫଳ କରିବା ଉଦେଶ୍ୟରେ ଅହମଦାବାଦର ଇଂଟରପ୍ରୁନରସି ଡେଭଲପମେଂଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବା ଇଡିଆଇ ଓ ଆସେନଚର ସଂସ୍ଥା ଏହି କର୍ମଶାଳା ନିମନ୍ତେ ଆର୍ଥିକ ସହଯୋଗର ହାତ ବଢାଇଥିଲେ । ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ ଏଫଡିଆଇ ଏହି କର୍ମଶାଳାକୁ ପରିଚାଳନା କରିଥିଲେ । ଓଡିଶା ଶିଳ୍ପୀ ମହାସଂଘର ବାଲେଶ୍ୱର ଜିଲ୍ଲା ଶାଖା ଏହି କର୍ମଶାଳାର ସଫଳତା ନିମନ୍ତେ ସମସ୍ତ ପ୍ରକାରର ସହଯୋଗ କରିଥିଲା । ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥୀ ଭାବେ ଇଡିଆଇର ରାଜ୍ୟ ସଂଯଯୋକ ସୈକତ ସୁତ୍ରଧର ଯୋଗ ଦେଇ ଏଠାରେ ପ୍ରଶିକ୍ଷଣ ନେଇଥିବା ମହିଳାମାନଙ୍କୁ ବଜାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥୀ ଭାବେ ଏଫଡିଆଇର ଅଧ୍ୟକ୍ଷ ହୃଦାନନ୍ଦ ବେହେରା ନିଜ ବକ୍ତବ୍ୟରେ ଏହି ତାଲିମ ପ୍ରଶିକ୍ଷାର୍ଥୀମାନଙ୍କର ରୋଜଗାର ବଢାଇବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟ ଅତିଥୀଙ୍କ ମଧ୍ୟରେ ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର, ସଂଗଠନ ସଂପାଦିକା ସରୋଜିନୀ ଦାସ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନାୟକ ଉପସ୍ଥିତ ଥିଲେ । ଶେଷରେ ଏହି କମର୍ଶାଳାର ସଂଯୋଜକ ଅରୁଣ ମହାନ୍ତି ଅତିଥୀମାନଙ୍କୁ ଧନ୍ୟବାଦ ଦେଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close