କୋରେଇ, ରସୁଲପୁର, ଦାନଗଦି, ସୁକିନ୍ଦା ବ୍ଲକ ସ୍ତରୀୟ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଜରୁରୀ ବୈଠକ

ବ୍ୟାସନଗର, ୧୨/୦୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ମିଳିତ ସହଯୋଗରେ ‘ଯାଜପୁର ଜିଲ୍ଲା ମିଳିତ କଳା, କ୍ରୀଡ଼ା ଶିକ୍ଷକ ସଂଘ’ ଗଠିତ ହୋଇ ଦୀର୍ଘ ୦୮ ବର୍ଷ ପୂରଣ କରି ୦୯ ବର୍ଷରେ ପଦାର୍ପଣ କରି କାର୍ଯ୍ୟ କରିଆସୁଛି । ନୂତନ କ୍ଲକସ୍ତରୀୟ କମିଟି ଗଠିତ ହେବା ସହ ସଂଘକୁ କ୍ରିୟାଶୀଳ କରି ରାଜ୍ୟରେ ଅଗ୍ରଣୀ ଭୂମିକା ନେବା ପାଇଁ ଉଦ୍ୟମ ଜାରୀ ରହିଛି । ଶିକ୍ଷକ, ଶିକ୍ଷୟତ୍ରୀ (ପି.ଟି.ଆଇ)ମାନେ ଅଳ୍ପ ଦରମା ପାଇବା ସହ ବିଭିନ୍ନ ଅସୁବିଧା ଭୋଗ କରିଆସୁଛନ୍ତି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଧବଳଗିରି ବିଦ୍ୟାଳୟରେ ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି ଅଶୋକ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ଉପଦେଷ୍ଟା ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ ଯେ, ସମସ୍ତେ ମହାସଂଘର ନୀତି ନିୟମକୁ ଅନୁପାଳନ କରିବା ସହ ପିଟିଆଇମାନଙ୍କୁ ସଂଘ ସମସ୍ତ ପ୍ରକାରର ସହଯୋଗ କରିବାକୁ ବଦ୍ଧପରିକର । ସଂଘୀୟ ବ୍ୟବସ୍ଥାରେ ଶୃଙ୍ଖଳା ହିଁ ଆମର ପରିଚୟ । କଳା, କ୍ରୀଡା ଶିକ୍ଷକମାନଙ୍କ ବିଭିନ୍ନ ଦାବୀ ପୂରଣ ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଆସାମ, କେରଳ, ପଶ୍ଚିମବଂଗ, ଛତିଶଗଡ଼ ଓ ଦିଲ୍ଲୀ ସରକାର ପି.ଟି.ଆଇମାନଙ୍କୁ ନିୟମିତ କରିଥିବା ବେଳେ ଆମ ରାଜ୍ୟ ସରକାର ଏହାକୁ ଅବିଳମ୍ବେ ଲାଗୁ କରିବା ଉଚିତ । ବହୁ କମ ଦରମାରେ ଜିଲ୍ଲାର ୩୦୫ଜଣ ଓ ରାଜ୍ୟର ପ୍ରାୟ ୮ ହଜାର କଳା, କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀମାନେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ସରକାର ଏ ବାବଦରେ ଅବଗତ ଅଛନ୍ତି । ଆଶା କରାଯାଉଛି ସରକାର ଖୁବ୍ ଶୀଘ୍ର ଏହି ସମୂହ ଦାବୀ ପ୍ରତି ସହୃଦୟତାର ସହ ବିଚାର କରିବେ ବୋଲି ଶ୍ରୀ ରାଉତ ଆଶାପୋଷଣ କରିଛନ୍ତି । ଏହି ବୈଠକରେ ଜିଲ୍ଲା କୋର କମିଟି ମୁଖ୍ୟ ପ୍ରୀତମ ପଦ୍ମଲୋଚନ, କାର୍ଯ୍ୟକାରୀ କମିଟି ସଭାପତି ରବିନାରାୟଣ ଦଳାଇ ଓ ସଂପାଦକ ସୈାମେନ୍ଦ୍ର ବୋଇତାଇ, ଜିଲ୍ଲା ଜରୁରୀ କମିଟି ମୁଖ୍ୟ ତଥା କୋରେଇ, ଦାନଗଦି, ସୁକିନ୍ଦା ବ୍ଲକ ସଭାପତି ଦେବଶ୍ରୀ ଆଶିଷ ରଂଜନ ମଲ୍ଲିକ, ଜିଲ୍ଲା ଉପସଭାପତି ଶିବାନୀ ସିଂହ, କୋଷାଧ୍ୟକ୍ଷ ରଂଗାଧର ଜେନା, ଜିଲ୍ଲା ଜରୁରୀ କମିଟିର ପଙ୍କଜ ମଲ୍ଲିକ, ଜିଲ୍ଲା କୋର କମିଟି ସଭ୍ୟ ମାଧବାନନ୍ଦ ଦାସ, ଯୁଗ୍ମ ଆବାହକ ମନସ୍ୱିନୀ ସାହୁ ଆଦିଙ୍କ ସମେତ ସଂଘର ବହୁ ଜିଲ୍ଲା ଓ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ଯୋଗ ଦେଇ ସଂଘକୁ ମଜଭୁତ କରିବା ସହ ଦାବୀ ପୂରଣ ଦିଗରେ ଯତ୍ନଶୀଳ ଉଦ୍ୟମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ବ୍ଲକ ସ୍ତରୀୟ କମିଟିର ଉପସଭାପତି ମିତା ପଟ୍ଟନାୟକ, ରୂପଶ୍ରୀ ଲେଙ୍କା, ପୁପୁନ ମଲ୍ଲିକ, ବିଦ୍ୟୁତ୍‌ଲତା ମହାନ୍ତି, ନିବେଦିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଶଦ ଆଲୋଚନା କରିଥିଲେ । ବିଭିନ୍ନ ସମସ୍ୟାର ସମାଧାନ ସହିତ ଓ ସରକାରଙ୍କ ଠାରୁ ନ୍ୟାର୍ଯ୍ୟ ଦାବୀ ହାସଲ ଦିଗରେ ସମସ୍ତେ ଏ୍ୟୌକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଜିଲ୍ଲା ସଂଘର ଉପଦେଷ୍ଟା ତଥା ଶ୍ରମିକ ନେତା ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ଯାଜପୁରରୋଡରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ଉଦ୍ୟମକୁ ଏଠାରେ ପ୍ରଂଶସା କରାଯାଇଥିଲା । ଶେଷରେ ଜିଲ୍ଲା କୋର କମିଟି ସଭ୍ୟ ବିକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close