କଟକରେ ପୁଣି ଆତଙ୍କ: ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼

କଟକ; ୦୯/୦୯(ସନ୍ତୋଷ କୁମାର ରଥଙ୍କ ଠାରୁ): କଟକରେ ପୁଣି ଦିନ ଦ୍ୱିପ୍ରହରରେ ସ୍ପଷ୍ଟ ଦିବାଲୋକରେ ଗୁଳି କାଣ୍ଡ । ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବ୍ୟବସାୟୀ । ପ୍ରାପ୍ତ ଖବର ଅନୁଯାୟୀ, କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗାରେ ଘଟିଛି ଏହି ଘଟଣା । ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ବ୍ୟବସାୟୀ । ଆହତ ବ୍ୟବସାୟୀଙ୍କ ନାମ କ୍ଷୀରୋଦ ସାହୁ ଓ ତାଙ୍କ ଘର ଜଗତସିଂହପୁର କେନ୍ଦାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି । କ୍ଷୀରୋଦ କଟକ ମାଲଗୋଦାମକୁ ମାଲ୍ ନେବାକୁ ଆସୁଥିଲେ । ସେ ଗାଡ଼ିରେ ତାଙ୍କ ଡ୍ରାଇଭର ସହ ଆସୁଥିବା ବେଳେ ଅଥଙ୍ଗା ନିକଟରେ ୨ଜଣ ଦୃବୃର୍ତ୍ତ ଏକ ବାଇକରେ ଆସି ତାଙ୍କୁ ଗୁଳି ମାରିଥିଲେ । ଏହି ଗୁଳି ତାଙ୍କ ଜଙ୍ଘରେ ବାଜିବା ଯୋଗୁଁ ସେ ଆହତ ହୋଇଥିଲେ । ତେବେ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁବୃର୍ତ୍ତମାନେ କ୍ଷୀରୋଦଙ୍କୁ ଗୁଳିମାରିବା ସହ ତାଙ୍କ ଠାରୁ ଥିବା ଲକ୍ଷେ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି । ତେବେ ସେମାନେ କେବଳ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲେ ନା କିଛି ବ୍ୟବସାୟିକ ଶତ୍ରୁତା ରହିଛି ସେ ସମ୍ପର୍କରେ ପୁଲିସ୍ ଏବେ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close