ଯାଜପୁରରେ ୨୪ ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ଯାଜପୁର, ୮ା୯ : ଯାଜପୁର ଜିଲ୍ଲାର ୨୪ ଜଣ କନିଷ୍ଠ ରାଜସ୍ୱ ସହାୟକ ନିଯୁକ୍ତି ପାଇଚ୍ଥନ୍ତି । ଗତ କାଲି ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୪ ଜଣ ନବ ନିଯୁକ୍ତ ପ୍ରାର୍ଥୀଙ୍କର କାଉନ୍ସେଲିଂ କରାଯାଇଥିଲା । ସେମାନଙ୍କର ମେରିଟ ଅନୁସାରେ ସେମାନଙ୍କୁ ସ୍ଥାନ ଚୟନ ପାଇଁ ମତାମତ ମଗାଯାଇଥିଲା । ନିଜର ସୁବିଧା ଅନୁସାରେ ପ୍ରାର୍ଥୀ ମାନଙ୍କୁ ସୁଯୋଗ ଦିଆଯାଇଥିଲା । ଏହି କାଉନ୍ସେଲିଂରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, କାର୍ଯ୍ୟାଳୟ ଅଧିକ୍ଷକ ଅଲେଖ ପ୍ରସାଦ ମହାରଣା, ବରିଷ୍ଠ ରାଜସ୍ୱ ସହାୟକ ବିନୟ କୁମାର ନାୟକ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । ପରେ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ୨୬ ଗୋଟି ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଅନ୍ୟତ୍ର ନିଯୁକ୍ତି ପାଇସାରିଥିବାରୁ ୦୨ ଜଣ ଅନୁପସି୍ଥତ ରହିଥିବାରୁ ୨୪ ଜଣ ନିଯୁକ୍ତି ପାଇଥିଲେ ।