ଏମଓୟୁ ଏବଂ ୧୫ % ଫିଛାଡ଼ ନିର୍ଦେଶର କାର୍ଯ୍ୟକାରୀ ରିପୋର୍ଟ ସାତ ଦିନ ମଧ୍ୟରେ ନମିଳିଲେ ଆମରଣ ଅନଶନ କରିବ ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ; ୦୬/୦୯ (ବ୍ୟୁରୋ) : କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲ ରେ ଫି ଆଦାୟ କୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ରେ ଏମ ଓ ୟୁ ହୋଇ ସ୍କୁଲ ଫି ରେ କେତୋଟି ସ୍ଲାବ ରେ ରିହାତି ର ବିଭାଗୀୟ ନିର୍ଦେଶ ଓ ପରବର୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗର ପରବର୍ତୀ ନିର୍ଦ୍ଧେସ ନାମା ରେ ପୂର୍ବରୁ ଏମ ଓ ୟୁ ରେ ସାମିଲ ନଥିବା ସ୍କୁଲ ମାନେ ରିଆଡ଼ମିସନ, ସେସନ, ପରୀକ୍ଷା, ଡେଭଲପମେଣ୍ଟ, ଇଷ୍ଟlର୍ବଲିଶିମେଣ୍ଟ ଆଦି ଅନ୍ୟାନ୍ୟ ସମସ୍ତ ଫି କୁ ଛାଡି କେବଳ ପିଲାଙ୍କ ପାଠ ପଢ଼ା ରେ ବ୍ୟବହାର ହେଉଥିବା ସୁବିଧାର ଉପଯୁକ୍ତ ଫୀ ଅର୍ଥାତ ଟିଉସନ ଫି ରୁ ୧୫ % ଛାଡ଼ କରି ୨୦୧୯-୨୦ ବର୍ଷ ର ଫୀ ଆଦାୟ କରିବାକୁ ଉଲ୍ଲେଖ କରି ଗତ ଜୁନ ୩ ତାରିଖ ରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ନିର୍ଦେଶ ଦେଲେ l ପହଂଚିବାର ତିନି ମାସ ପରେ ମଧ୍ୟ ନିର୍ଦେଶ ସଠିକ ଭାବେ କାର୍ଯ୍ୟ କାରି ହେଲା ନାହିଁ l ଏପରିକି ନିର୍ଦେଶ ନାମlରେ ଫୀ ଆଦାୟ କୁ ନେଇ କୌଣସିସ୍କୁଲ ପିଲାଙ୍କୁ ଅନଲାଇନ ପାଠ ପଢ଼ା, ପରୀକ୍ଷା, ପ୍ରୋଗେସ କାର୍ଡ, କ୍ଲାସ ପ୍ରମୋସନ ଆଦି ରୁ ବଞ୍ଚିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଥିବା ବେଳେ ସ୍କୁଲ ମନେ ଆଦୌ ମାନୁନାହାନ୍ତି l ପ୍ରାଇଭେଟ ସ୍କୁଲ ମନେ ମନଇଚ୍ଛା ପୂର୍ବ ବର୍ଷ ମାନଙ୍କ ଭଳି ପଇସା ଆଦାୟ କରିନେଲେ ଓ କେତକ ସ୍କୁଲ ମଧ୍ୟ ୧୫% ଓ ୨୦% ବଢ଼ାଇ ମଧ୍ୟ ଆଦାୟ କରିବା ପିଲାମାନଙ୍କୁ ଓ ଅଭିଭାବକ ମାନଙ୍କୁ ହଇରାଣ କରିବାର ହଜାର ହଜାର ସଂଖ୍ୟାରେ ଅଭିଯୋଗ ସାରା ରାଜ୍ୟରୁ ମହାସଂଘ ନିକଟରେ ପହଂଚିଛି l ସରକାରଙ୍କ ଏହି ନିର୍ଦେଶ କୁ ବିଭାଗର ତିନି ଜଣ ନିର୍ଦେଶକ ସଠିକ ଭାବେ ପାଳନ କରିବା ପାଇଁ ଉତ୍ତରଦାୟୀ l ତେଣୁ ସାରା ରାଜ୍ୟରେ ଫି ଆଦାୟ ନିର୍ଦେଶର କଣ କାର୍ଯ୍ୟ ହୋଇଛି,କେଉଁ କେଉଁ ସ୍କୁଲ କେମିତି ନିର୍ଦେଶର ପାଳନ କରିଛନ୍ତି ତାର ଆକ୍ସନ ଟେକେନ ରିପୋର୍ଟ ପାଇଁ ଆଜି ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା,ଦେବାଶିଷ ବସନ୍ତିଆ ପ୍ରଦୀପ୍ତ ମିଶ୍ର, କାର୍ତ୍ତିକ ସାହୁ, ଅଶୋକ ପଟନାୟକ, ପଦ୍ମନାଭ ସାହୁ ଙ୍କୁ ନେଇ ଏକ ପ୍ରତିନିଧି ଦଳ ପ୍ରାଥମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଭେଟି ସାତ ଦିନ ଭିତରେ ଏ ସମ୍ପର୍କରେ ତଥ୍ୟ ପାଇଁ ଦାବୀ ଜଣାଇଛନ୍ତି l ୧୯୯୬ ରିଜଲୟୁସନ ଧାରା ୪ ଅନୁସାରେ ସ୍କୁଲର ଫି ଅନୁମୋଦନ ଦସ୍ତାବିଜ ରେ ଉଲ୍ଲେଖ କରିବାକୁ କୋର୍ଟ କହିଥିଲେ ମାତ୍ର ତାକୁ ସଠିକ ଭାବେ ପାଳନ କରୁନଥିବାରୁ ମନଇଛା ଫି ଆଦାୟ କରାଯାଉଛି l ଯଦି ଠିକ ସମୟରେ ତଥ୍ୟ ସହିତ ତାଗିଦ ନ କରାଯାଏ ତେବେ ସାତ ଦିନ ପରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ମହାସଂଘ କହିଛି l

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close